June 26, 2025

Utkal Sambad

ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଗଣିଆ,-(ମନୋରଞ୍ଜନ ମଳିକ )-ନୟାଗଡ ଜିଲ୍ଲା ଗଣିଆ ବ୍ଲକ ସଭା ଗୃହରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସିଡିଓ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମରଦାର, ଏସ ଡ଼ି ପି ଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ସି ଡ଼ି ଏମ ଓ ସୁଶାନ୍ତ କୁମାର ଦାସ,ବିଡ଼ିଓ ସାଗର କୁମାର ନନ୍ଦ , ତହସିଲଦାର ପ୍ରତିବାଳା ରଣlଙ୍କ ଊପସ୍ଥିତିରେ ଶୁଣାଣି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଗଣିଆ ଥାନା ଅଧିକାରୀ ଲକ୍ଷଣ ଦଣ୍ଡସେନା, ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ମେଡିକାଲ ଅଫିସର ମଧୁସୂଦନ ଦାଶ, ବନ ବିଭାଗ ଓ ଅନ୍ୟ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଆଜି ମୋଟ ୨୪ ଗୋଟି ମାମଲା ମଧ୍ୟରୁ ବ୍ୟକ୍ତିଗତ ୨୨ ଗୋଟି ମାମଲା, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୧ ଗୋଟି ମାମଲା, ଗ୍ରାମ୍ୟ ବିବାଦ ୧ ଗୋଟି ମାମଲା ଦରଖାସ୍ତ ହୋଇଥିଲା ବେଳେ ତୁରନ୍ତ ୧୭ ଗୋଟି ମାମଲା ତୁରନ୍ତ ଫଇସଲା ହୋଇଥିଲା ।