June 27, 2025

Utkal Sambad

ଗଣିଆ ଲଙ୍କାପୋଡ଼ି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ଲଙ୍କାପୋଡ଼ି ଯାତ୍ରା ଆସନ୍ତା 29/4/25ରେ ହେବାକୁ ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହିତ ସୁରୁଖୁରୁରେ ଯାତ୍ରା ହେବା ପାଇଁ ଗଣିଆ ବ୍ଲକ ସଭା ଗୃହରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ସଭାଗୃହ ରେ ଗଣିଆ ବିଡ଼ିଓ ଶ୍ରୀଯୁକ୍ତ ସାଗର ନନ୍ଦ ଙ୍କ ତତ୍ତ୍ୱବଧାନରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ଗଣିଆ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ଜ଼ିଲ୍ଲାପରିଷଦ ସଭ୍ୟ ନରେଶ ବେହେରା, ବ୍ଲକ ଉପାଦକ୍ଷ ରାଜ କିଶୋର ସହୂ, ଯାତ୍ରା କମିଟି ସଭାପତି ଶ୍ରୀ ବିଜୟ କୁମାର ସାହୁ,ସମ୍ପାଦକ ଉମାକାନ୍ତ ଦାଶ, ଉପଦେଷ୍ଟା ବିଭୁତି ଭୂଷଣ ପଣ୍ଡା, ଆନନ୍ଦ ଚନ୍ଦ୍ର ବେହେରାଙ୍କ ସମେତ ଉପସ୍ଥିତ ଥିଲେ, ଲଙ୍କାପୋଡ଼ି କିଛି ରାଜନେତା ଓ ପ୍ରଶାସନ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି,ଏହି ଯାତ୍ରା କୁ ଗଣିଆ ବ୍ଲକ ରେ ଥିବା କଲେଜ, ହାଇସ୍କୁଲ, ମେଡିକାଲ, ଅଗ୍ନିଶମ ବିଭାଗ,ବନାଞ୍ଚଳ ବିଭାଗ, ଗ୍ରାମ୍ୟ ଉନୟନ ବିଭାଗ, ଶିକ୍ଷା ବିଭାଗ,ବିଦ୍ୟୁତ ବିଭାଗ, ଜଳସେଚନ ବିଭାଗ,ମିଶନ ଶକ୍ତି, ସାମ୍ବାଦିକ,ମାନଙ୍କର ପ୍ରମୁଖ ଭୂମିକା ରହିଛି, ସମସ୍ତେ ସହଯୋଗ କରିବେ ବୋଲି ଆଲୋଚନା ହେଲା,ଯାତ୍ରା କମିଟି ସମ୍ପାଦକ ସମସ୍ତିଙ୍କୁ ଧନ୍ୟବାଦ ଜଣାଇ ଥିଲେ,