ଭୁବନେଶ୍ୱର: କୋଡ଼ିଙ୍ଗାମାଳି ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଖଣି ଖନନ କୁ ବିରୋଧ କରି ବିଧାନ ସଭା ସମ୍ମୁଖରେ ଗଣ ଧାରଣା ରେ ବସିଛନ୍ତି କୋରାପୁଟ ଓ ରାୟଗଡା ଅଞ୍ଚଳର ବାସିନ୍ଦା ବିକ୍ଷୋବ ସହ ବେଦାନ୍ତକୁ ଖଣି ନ ଦେବା ପାଇଁ ଓଡ଼ିଶା ସରକାର କୁ ଦାବୀ ପତ୍ର ଜରୀଆରେ ନିବେଦନ କରିଛନ୍ତି କୋଡିଙ୍ଗାମାଳି ଖଣି ଖନନ ବାର୍ଷିକ ୪.୨ ଏବଂ ୫.୭୧ ମିଲିୟନ୍ ଟନ୍ ବୃଦ୍ଧିକୁ ବିରୋଧ କରି ସମ୍ପୁର୍ଣ ଭାବେ ଖଣି ଖନନ ବନ୍ଦ କରିବା ନିମନ୍ତେ ଦାବି ପତ୍ର କୋଡିଙ୍ଗାମାଳି ଖଣି ପ୍ରଭାବିତ ଓ ପାରିପାର୍ଶିକ ଉଭୟ କୋରାପୁଟ ଏବଂ ରାୟଗଡା ଜିଲ୍ଲାର ଅଞ୍ଚଳବାସୀ ଲେଖି ଆପଣଙ୍କୁ ଜଣାକରୁଅଛୁ କି ରାଜ୍ୟ ସରକାର OMC ଜରିଆରେ ୨୦୧୭ ମସିହା ଠାରୁ କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ କରି ବେଦାନ୍ତ ପ୍ରକଳ୍ପକୁ ବାର୍ଷିକ ୩ ମିଲିୟନ୍ ଟନ୍ ବକ୍ସାଇଟ୍ ଯୋଗାଇ ଦେଇ ଆସୁଛନ୍ତି ଏବଂ ବର୍ତ୍ତମାନ ବେଦାନ୍ତ ଏବଂ ପିଓନିର୍ ପ୍ରକଳ୍ପକୁ ବକ୍ସାଇଟ୍ ଯୋଗାଇଦେବା ନିମନ୍ତେ OMC ବାର୍ଷିକ ୫.୭୧ ମିଲିୟନ୍ ଟନ୍ ବକ୍ସାଇଟ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟର ସହମତି ଲଢୁଛି, ଏହାକୁ ଆମ୍ଭେ ଅଞ୍ଚଳବାସୀ ଦୃଢ ନିନ୍ଦା କରିବା ସହ ସମ୍ପୁର୍ଣ ଭାବେ ବିରୋଧ କରୁଅଛୁ କୋଡିଙ୍ଗାମାଳି ପର୍ବତ ଚତୁଃପାର୍ଶ୍ବରେ ମୁଖ୍ୟତଃ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଅଛୁ ଏବଂ ଏହି ପର୍ବତ ଉପରେ ଆମ୍ଭର ଜୀବନ ଜୀବିକା ଉପରେ ସମ୍ପୁର୍ଣ ନିର୍ଭର କରି ଆସୁଥିଲୁ, କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଆଜକୁ ଦୀର୍ଘ ୮ ବର୍ଷରୁ ଉଦ୍ଧ ହେବ କୋଡିଙ୍ଗାମାଳି ଖଣି ପରିବହନ ଚାଲୁରହିଥିବାବେଳେ ବେଦାନ୍ତ ପ୍ରକଳ୍ପ ଆମ ଅଞ୍ଚଳରେ ଗୋଟିଏ ହେଲେ ଉନ୍ନୟନ ମୂଳକ କାର୍ଯ୍ୟ କରି ନାହିଁ କି OMC ମଧ୍ୟ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନାହିଁ, ଯା ଦ୍ବାରା ଅଞ୍ଚଳବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଅଛୁ
ଆମ ଅଞ୍ଚଳରେ ବହୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ରହିଥିଲେ ହେଁ ବେଦାନ୍ତ ପ୍ରକଳ୍ପ କିମ୍ବା ଓଡିଶା ଖଣି ନିଗମ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଶତକଡା ୧ ପ୍ରତିଶତ ମଧ୍ୟ ସ୍ଥାନୀୟ ନିଯୁକ୍ତି ଦେଇ ନାହନ୍ତି ଯାହା ଫଳରେ ଅଞ୍ଚଳରେ ବେକାରି ସମସ୍ୟା ଦୃତ ଗତିରେ ବଢି ଚାଲିଛି କୋଡିଙ୍ଗାମାଳିରେ ଖଣି ଖନନ ହେବା ଦ୍ବାରା ଅନେକ ଲୋକଙ୍କ ଘର କାନ୍ଥ ଫାଟ ସୃଷ୍ଟି ହୋଇଥିବାବେଳେ ଅନେକ ଘରୋଇ ପଶୁ ମୃତ୍ୟୁର ଶିକାର ହେଉଛନ୍ତି ଏବଂ ବାୟୁ ପ୍ରଦୂଷଣ ହେବା ଦ୍ବାରା ଅନେକ ଲୋକ ଶ୍ବାସ ରୋଗରେ ଆକ୍ରାନ୍ତ ହେଲେଣି, ଏ ନେଇ ଅନେକ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହନ୍ତି ଏଣୁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଅଛୁ କି ଅଞ୍ଚଳବାସୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାରଙ୍କ ନାରା ବିକଶିତ ଗାଁ ବିକଶିତ ଓଡିଶା କୁ ସାକାର କରିବା ପାଇଁ ଉପରୋକ୍ତ ସମସ୍ୟା ଯେଉଁ ପର୍ଯ୍ୟନ୍ତ ସମାଧାନ ନ ହେଇଛି ସେ ପର୍ଯ୍ୟନ୍ତ ଖଣି ଖନନ ସମ୍ପୁର୍ଣ ଭାବେ ବନ୍ଦ କରାଯାଉ, ଅନ୍ୟଥା ଆମ୍ଭେ ଅଞ୍ଚଳବାସୀ ଅନ୍ଦୋଳନର ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ