October 12, 2025

Utkal Sambad

ମାଆ ମଙ୍ଗଳାଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ତଳବଜ଼ାର ଠାରେ ଥିବା ମା ମଙ୍ଗଳା ଠାକୁରାଣୀ ଙ୍କ ଜନ୍ମ ବାର୍ଷିକ ଉତ୍ସବ ରବିବାର ଦିନ ଧୂମୁ ଧାମରେ ପାଳନ କରାଯାଇଛି,ସକାଳୁ ସକାଳୁ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ପୂଜା ପାଠ କରିଥିଲେ,ଏଠାରେ ଦିନତମାମ ଗହଳି ଲାଗି ରହିଥିଲା, ସନ୍ଧ୍ୟା ରେ ବାହାଡାଝୋଲା ର ଦୃଷ୍ଟି ହୀନ ଭଂଜନ ସମାରୋହ ସମାଗମ ହୋଇ ଥିଲା, ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି,1000ରୁ ଉର୍ଦ୍ଧ ଭକ୍ତ ମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତି ସଭ୍ୟ ଶ୍ରୀ ଫକୀର ମୋହନ ଡାକୁଆ, ବିଶିଷ୍ଟ ସମାଜ ସେବୀ ପ୍ରଦୀପ୍ତ କୁମାର ସାହୁ ଯୋଗ ଦେଇଥିଲେ,କମିଟି ର କୁଳମଣି ସାହୁ, ଅଜୟ ଲେଙ୍କା, ବିଜୟ ସାହୁ,ଚିତ୍ତରଞ୍ଜନ ସାହୁ, ସନ୍ତୋଷ କୁମାର ଲେଙ୍କା,ଦାଶରଥି ସାହୁ,ପ୍ରଦୀପ କୁମାର ମହାପାତ୍ର ଙ୍କ ସମେତ କମିଟି ର ଅନ୍ୟ କର୍ମଚାରୀ ମାନେ ସହଯୋଗ କରି ଥିଲେ,ଏହି କାର୍ଯ୍ୟକ୍ରମ ପ୍ରତେକ ବର୍ଷ ପାଳନ କରାଯାଉଛି I