June 27, 2025

Utkal Sambad

ବିଜୟନଗର ମଳିକ ସାହିରେ ଅଷ୍ଟପ୍ରହରୀ ମହାଯଜ୍ଞ ଅନୁଷ୍ଠିତ

ଗଣିଆ (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବିଜୟ ନଗର ମଳିକ ସାହିରେ ଦୋଳ ଉପଲକ୍ଷେ ଅଷ୍ଟପ୍ରହରୀ ଓ ନାମ ଯଜ୍ଞ ସଂକ୍ରିତନ ଧୂମୁଧାମରେ ପାଳନ କରାଯାଇଛି,  ବିଶ୍ଵବାସୀ ଓ ଜନସାଧାରଣ ଭଲରେ ରହିବା ପାଇ ପ୍ରତେକ ବର୍ଷ ଫାଲୁଗୁନମାସ ରେ ଅଷ୍ଟ ପ୍ରହରୀ କରାଯାଉଛି, ଏହି ଅଷ୍ଟପ୍ରହରୀ ସମ୍ପୂର୍ଣ ଗୋଟିଏ ଦିନ ହେଉଛି, ଅଷ୍ଟପ୍ରହରୀ କୁ ବିଭିନ୍ନ ଗ୍ରାମରୁ ଦଳ ଆସିଥାନ୍ତି, ଚଳିତ ବର୍ଷ ଧନୀପୁର, ବ୍ରହ୍ମପୁରା, ବନ୍ଧହୁଡା, ବେଲପଡା, ଖପରମଲ, ବିଜୟ ନଗର ଦଳ ରହି ଅଷ୍ଟ ପ୍ରହରୀ ସମ୍ପୂର୍ଣ କରନ୍ତି, ପ୍ରସାଦ ସେବନ ବ୍ୟବସ୍ଥା ରହିଛି, ଏହି ଅଷ୍ଟପ୍ରହରୀ ରେ ବହୁ ସଂଖ୍ୟାରେ ସମାଗମ ହେଉଥିବାରୁ ଜଣାପଡିଛି, ଏହି ଅଷ୍ଟପ୍ରହରୀ ରେ ଗ୍ରାମ ସଭାପତି ଶ୍ରୀ ଶଙ୍କର ମଳିକ, ଉପସଭାପତି ଚନ୍ଦ୍ରମଣି ମଳିକ, ସାହି ବେହେରା ଭୀମସେନ ମଳିକ ଙ୍କ ସହିତ ଗୋକୁଳ ମଳିକ, କୃଷ୍ଣ ମଳିକ, ଅନନ୍ତ ମଳିକ, ବିଜୟ ମଳିକ, ପପୁ ମଳିକ, ଅର୍ଜୁନ ମଳିକ, ପପୁ ମଳିକ, ମନୋରଞ୍ଜନ ମଳିକ ଦୟାନିଧି ମଳିକ ଙ୍କସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l