ଭୁବନେଶ୍ବର: ସାହିତ୍ୟ ଓ ସଂସ୍କୃତି, ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ନାଟ୍ୟଧାରା କାର୍ଯ୍ୟକ୍ରମ ଅବସରରେ ଆଜି ଦ୍ଵିତୀୟ ସନ୍ଧ୍ୟାରେ ଭଞ୍ଜ କଳାମଣ୍ଡପରେ ‘ସଂଚାରୀ’ ନାଟ୍ୟାନୁଷ୍ଠାନ ଦ୍ୱାରା ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ରଚିତ ଓ ନିରଞ୍ଜନ ଆଚାର୍ଯ୍ୟଙ୍କ ନିର୍ଦ୍ଧେଶିତ ହାସ୍ୟରସାତ୍ମକ ନାଟକ ‘ନିଶାପ’ ମଞ୍ଚସ୍ଥ ହୋଇଯାଇଛି ାl ଆଜି ସନ୍ଧ୍ୟାରେ ଅତିଥିଭାବେ ଯୋଗ ଦେଇଥିଲେ ଓଡିଶା ନାଟ୍ୟସଂଘର ବରିଷ୍ଠ ସଦସ୍ୟ ଗଦାଧର ବାରିକ, ଏବଂ ଆମେ ନାଟ୍ୟସଂସ୍ଥାର ପ୍ରତିଷ୍ଠାତା ସଭ୍ୟ, ବିଶିଷ୍ଟ ମଞ୍ଚ, ଧାରାବାହିକ ଓ ଚଳଚିତ୍ର ଅଭିନେତା ପ୍ରେମାଞ୍ଜନ ପରିଡା l ସଭାପତିତ୍ୱ କରିଥିଲେ ନାଟ୍ୟସଂଘର ସଭାପତି ମନୋଜ ପଟ୍ଟନାୟକ ଏବଂ ମଞ୍ଚ ପରିଚାଳନା କରିଥିଲେ ନାଟ୍ୟସଂଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ l ଶେଷରେ ନାଟକର ନିର୍ଦେଶକ ନିରଞ୍ଜନ ଆଚାର୍ଜ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା