March 18, 2026

Utkal Sambad

ରାସନ କାର୍ଡ କାଟିବା ନିଷ୍ପଭିର ପୁନର୍ବିଚାର ଲାଗି ଭିଏଲ୍‌ଇ ୟୁନିୟନ ଓଡ଼ିଶାର ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ

 

ଭୁବନେଶ୍ବର : ଆୟକର ରିର୍ଟନ ବାଖଲ କରିଥିବା ହିତାଧୁକାରୀଙ୍କୁ ରାସନ କାର୍ଡରୁ ବାଦ ପ୍ରତିବାଦରେ

ଭିଏଲ୍‌ଇ ୟୁନିୟନ ଓଡ଼ିଶା ପକ୍ଷରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ବଳିଷ୍ଟ ନେତୃତ୍ବ ତଥା ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଓ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀଧର ମାର୍ଥାଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ଵାବଧାନରେ ଗତମାସ ତା୧୮/୦୨/୨୦୨୫ ରିଖ ଠାରୁ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବ୍ଳକର ବିଡ଼ିଓ ମାନଙ୍କୁ ଏହି ଜନବିରୋଧୀ ନିଷ୍ପତ୍ତିର ପୁନର୍ବିଚାର ଲାଗି ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ସପ୍ତାହେ ବ୍ୟାପି ମହଲତ ଦିଆଯାଇଥିଲେ ମଧ୍ୟ ଏଯାଏଁ ଆମ ରାଜ୍ୟ ସରକାର ଓ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ବା କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ କୌଣସି ଆଶ୍ୱାସନା ଓ ପ୍ରତିଶ୍ରୁତି ନମିଳିବାରୁ ପୁନର୍ବାର ଆଜି ଆମେ ସଂଗଠନ ପକ୍ଷରୁ ରାଜ୍ୟର ସବୁ ମାନ୍ୟବର ବିଧାୟକ ମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ଏହି ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଏହି ପତ୍ରିକାର ବାର୍ଭା ମାଧ୍ଯମରେ ଆମେ ରାଜ୍ୟ ସରକାରଙ୍କୁ ଏହି ଜନବିରୋଧୀ ନିଷ୍ପଭିର ପୁନର୍ବିଚାର କରିବା ଲାଗି ଅନୁରୋଧ କରିବା ସହିତ ଯଦି ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାର ଏଥିପ୍ରତି ଏକ ଠୋସ ପଦକ୍ଷେପ ନନିଅନ୍ତି ତେବେ ଆସନ୍ତା ଦିନରେ ଏଭଳି ସମସ୍ତ ପ୍ରକାର ଜନବିରୋଧୀ ନୀତିକୁ ଭିଏଲ୍‌ଇ ୟୁନିୟନ ଓଡ଼ିଶା ପକ୍ଷରୁ ଅହିଂସାତ୍ମକ ଉପାୟରେ ତୀବ୍ର ବିରୋଧ କରିବାସହ ଯଦି କିଛି ଅପ୍ରିତିକର ପରିସ୍ଥିତି ଉପୁଜିବ ରାଜ୍ୟ ସରକାର ସେଥିଲାଗି ସମ୍ପୂର୍ଣ୍ଣ ଦାୟୀ ରହିବେ ।