ଏଆର ୱାନ ଫ୍ୟାଶନ ଡିଜାଇନର ବୁଟିକ୍ ଉଦ୍ଘାଟିତ
ଭୁବନେଶ୍ୱର: ଗୋଟିଏ ସ୍ଥାନରେ କମ୍ ମୂଲ୍ୟରେ ମହିଳାମାନଙ୍କୁ ସୁହାଇଲା ଭଳି ଅତ୍ୟାଧୁନିକ ବୁଟିକ୍ ଏଆର ୱାନ ଫ୍ୟାଶନ ଡିଜାଇନର ରାଜଧାନୀ ଉପକଣ୍ଠ ପୁରୀ କେନାଲ ନିକଟ ହଂସପାଳ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଧାବିକା ଦୂତୀଚାନ୍ଦ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଅଭିନେତ୍ରୀ ପ୍ରକୃତି ମିଶ୍ର ଓ କ୍ରିଷ୍ଣା ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ବର୍ତ୍ତମାନ ସମୟରେ ମହିଳାମାନେ ସୁନ୍ଦର ଦିଶିବା ପାଇଁ ଦିନକୁ ଦିନ ବିଭିନ୍ନ ଡିଜାଇନରର ଶାଢୀ ଡ୍ରେସ, ସାଲୁଆର ପିନ୍ଧିବାକୁ ପସନ୍ଦ କରୁଛନ୍ତି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରିଚାଙ୍କ ପ୍ରେରଣା ସମାଜ ପାଇଁ ଉଦାହରଣ ପାଲଟିବ । ଯାହାକି ପାର୍ଟିଓୟାର, ଏନଗେଜମେଣ୍ଟ, ବିବାହ ବିଭିନ୍ନ ଡିଜାଇନର ଫ୍ୟାଶନ ମିଳିପାରିବ । ଏହି ଅବସରରେ ବବିତା ମହାନ୍ତି, ରୂପା, ରିଚା, ସୁଧିର ଉପସ୍ଥିତ ଥିଲେ ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ