ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବେଲପଡା ପାଟଣା ଗ୍ରାମପଂଚାୟତ ର ୱାଲିପୁର ଠାରେ ଥିବା ଓଁ ଶ୍ରୀ ଶ୍ରୀ ମା ଚିରିଣୀ ଠାକୁରାଣୀ ଙ୍କ ମକର ମେଳା ଆସନ୍ତା ମଙ୍ଗଳ ବାର ଦିନ ଧୂମୁଧାମ ରେ ପାଳନ କରାଯିବ ବୋଲି ଜଣାପଡିଛି, ସୂଚନା ଅନୁସାରେ ୱାଲିପୁର ଗ୍ରାମରେ ଥିବା ମାଆ ଚିରିଣୀ ଠାକୁରାଣୀ ଙ୍କ ମକର ଯାତ୍ରା ପ୍ରତେକ ବର୍ଷ ଗ୍ରାମବାସୀ ଙ୍କ ତରଫରୁ ପାଳନ ହେଉଛନ୍ତି, ଏହି ବର୍ଷ 13/1/25ରିଖ ଠାରୁ ଆରମ୍ଭ ହୋଇ 16/1/25ପର୍ଯ୍ୟନ୍ତ ଶେଷ ହେବ ବୋଲି ଜଣାପଡିଛି, ଦିନ ବେଳେ ମହାଭାରତ ନାଟକ ଓ ମାତୃ ମଣ୍ଡଳୀ ସହିତ ରାତ୍ରରେ ସାମାଜିକ ନାଟକ ପରିବେଷଣ ହେବ, ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ