ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଶିକ୍ଷକ ଭବନ ପରିସରରେ ସମ୍ବାଦ ସାହିତ୍ୟ ଘର ଗଣିଆ ଶାଖା ତରଫରୁ ଏକ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ସମ୍ବାଦ ସାହିତ୍ୟ ଘରର ବରିଷ୍ଟ ସଦସ୍ୟ ଦୁର୍ଯ୍ୟୋଧନ ସାହୁ ଙ୍କ ସଭାପତିତ୍ୱ ରେ ଉପଦେଷ୍ଟା ଗିରିଶ ଚନ୍ଦ୍ର ମିଶ୍ର, କୁଳମଣି ରାଉତ, ପୂର୍ଣଚନ୍ଦ୍ର ସାହୁ, ବାଙ୍କନିଧି ରାଉତ କ ସମେତ ସାହିତ୍ୟ ଘର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ, ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଆଜିର ବୈଠକ ର ଶୁଭାରମ୍ଭ କରାଯାଇଥିଲା, 2024ମସିହା ବୈଠକ ଶେଷ ହୋଇ ଥିବାରୁ ପୁରାତନ ବର୍ଷ ଙ୍କୁ ବିଦାୟ ଦେଇ ନୂତନ ବର୍ଷ ଙ୍କୁ ସ୍ୱାଗତ କରିବାକୁ ଉପଦେଷ୍ଟା ଗିରିଶ ଚନ୍ଦ୍ର ମିଶ୍ର ଆହ୍ୱାନ କରିଥିଲେ, ସମସ୍ତ ସଦସ୍ୟ ମାନେ କେବଳ କବିତା ପଡିବାରେ ସୀମିତ ନ ରଖି ନିଜକୁ ମାର୍ଜତ ତଥା ଶୃଙ୍ଖଳିତ କରିବା ଆବଶକ୍ୟ ବୋଲି ପ୍ରକାଶ କରିଥିଲେ, ଆଜିର ଏହି ବୈଠକ ରେ ସମସ୍ତେ କବିତା ପଠନ କରିଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା କୁନି କୁନି କବି ମାନେ ମନଭରି ଉପଭୋଗ କରିଥିଲେ,ସମ୍ବାଦ ଘରର ବାର୍ଷିକ ଉତ୍ସବ ଆଡ଼କଟା ଠାରେ ଅନୁଷ୍ଠିତ ହେବା ପାଇ ସମସ୍ତ ସଦସ୍ୟ ଆଲୋଚନା କରିଥିଲେ, କବିତା ଆସରା ଙ୍କୁ ସାମ୍ବାଦିକ ତଥା କବି ଦେବୀପ୍ରସାଦ ଦାଶ ଏବଂ କବି ସନ୍ତୋଷ କୁମାର ସାହୁ ସଂଯୋଜନା କରିଥିଲେ, ପରିଶେଷରେ ସମ୍ବାଦ ପ୍ରତିନିଧି କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ|
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା