ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ପଂଚାୟତ ସ୍ତରରେ କ୍ରିକେଟ ପ୍ରତିଯୋଗିତା ପଞ୍ଚୁପଲ୍ଲୀ ପ୍ରିମିୟର ଲିଗ ର ଚତୁର୍ଥ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଲିଗ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଉଦ୍ଧବ ବାରିକ ଓ ସାମ୍ବାଦିକ ବ୍ରଜ ବନ୍ଧୁ ଦେହୁରୀ ଯୋଗଦେଇଥିବା ବେଳେ ସମ୍ନାନୀତ ଅତିଥି ଭାବେ ଗାଲେଖ ବିହାରୀ ନାୟକ ଯୋଗଦାନ କରିଥିଲେ l ଆଜିର ପ୍ରଥମ ମ୍ୟାଚ ବୃତଙ୍ଗ ଫାଇଟର୍ସ ସହିତ ଗୁପ୍ତେଶ୍ୱର ୱାରୀଅର ଅନୁଷ୍ଠିତ ହେଇଥିଲା lଏଥିରେ ଗୁପ୍ତେଶ୍ୱର ୱାରୀଅର ୮ ଓଭର ଖେଳି ୩ ଉଇକେଟ ବିନିମୟ ରେ ୯୨ ରନ କରି ବିଜେତା ହେଇଥିଲେ ଏବଂ ମନୋଜ ବେହେରା ପ୍ରଥମ ମ୍ୟାଚ ର ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ୨ ୟ ମ୍ୟାଚ ଟି ମହାନଦୀ ଚମ୍ପିୟାନ ଚାଲେଞ୍ଜର ସହିତ ମଣିଭଦ୍ରା ରିବେଲ ରାଇଡ଼ର୍ସ ଖେଳ ଅନୁଷ୍ଠିତ ହୋଇଥିଲାl ଏଥିରେ ମଣିଭଦ୍ରା ରିବେଲ ରାଇଡର୍ସ ୯ ଓଭର ଖେଳି ୮ ଉଇକେଟ ବିନିମୟରେ ୯୩ ରନ ହାସଲ କରି ବିଜେତା ହୋଇଥିଲେ lଏଥିରେ ରାହୁଲ ବେହେରା ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ୩ ୟ ମ୍ୟାଚ ଟି ମଣିନାଗ ରୟlଲକିଙ୍ଗ ସହିତ ବି ଜେ ଡ଼ି ପି ସତକୋଶିଆ ଅନୁଷ୍ଠିତ ହୋଇଥିଲା ଲ ଏଥିରେ ବି ଜେ ଡ଼ି ପି ସାତକୋଶିଆ ୧୦ ଓଭର ଖେଳି ୭ ଉଇକେଟ ବିନିମୟରେ ୭୮ରନ କରି ବିଜୟୀ ଲାଭ କରିଥିଲେ ଏହି ମ୍ୟାଚ ରେ ସ୍ୱାଧୀନ ନାୟକ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ lଆଜିର ମ୍ୟାଚ ରେ ମହେଶ୍ୱର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରା ଖେଳ ପରିଚାଳନା କରିଥିଲେ |
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା