June 26, 2025

Utkal Sambad

ପୂର୍ବତନ ବେଲପଡା ପାଟଣା ସରପଞ୍ଚଙ୍କ ପରଲୋକ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବେଲପଡା ପାଟଣା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ବୈଦ୍ୟନାଥ ପଟ୍ଟନାୟକ (92)ବର୍ଷ ରେ ସୋମବାର ଦିନ ନିଜ ବାସଭବନ ରେ ମୁର୍ତ୍ତୁଲାଭ କରିଛନ୍ତି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ସେ ଜଣେ ଏକାଧାର ରେ ରାଜନୀତିଜ୍ଞ, ଶିକ୍ଷାବିତ, ଧର୍ମପରାୟଣ ବ୍ୟତିଭାବେ ପରିଚିତ ଥିଲେ, ସରପଞ୍ଚ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ, ବିଭିନ୍ନ ଗ୍ରାମ ରେ ହେଉଥିବା ପାରିବାରିକ ସମସ୍ୟା କୁ ମୁରବୀ ହୋଇ ସମାଧାନ କରୁଥିଲେ,ତାଙ୍କର ପରଲୋକ ସମୟ ରେ ବନ୍ଧୁବାନ୍ଧବ ସହିତ ଝିଅ ପୁଅ ଉପସ୍ଥିତ ଥିଲେ |