ଗଣିଆ (ମନୋଜ ମଳିକ) – ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲିି ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଧୁଆଁମଡା ଗ୍ରାମର ନିଳକଣ୍ଠ ମହାରଣା ଦେଶୀ ବନ୍ଧୁକ ରଖିଥିବା କୈାଣସି ସୂତ୍ରରୁ ଖବର ପାଇ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଆଜି ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ପରେ ତାଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ପରେ ନିଳକଣ୍ଠକୁ ଗିରଫ କରି ଗଣିଆ ଥାନାକୁ ଆଣି ପଚରାଉଚରା ଜାରି ରଖିଛନ୍ତି ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା । ତେବେ ଗିରଫ ଯୁବକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲିି ସେ ପ୍ରକାଶ କରିଛନ୍ତି ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ