ଗଣିଆ (ମନୋଜ ମଳିକ) – ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲିି ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଧୁଆଁମଡା ଗ୍ରାମର ନିଳକଣ୍ଠ ମହାରଣା ଦେଶୀ ବନ୍ଧୁକ ରଖିଥିବା କୈାଣସି ସୂତ୍ରରୁ ଖବର ପାଇ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଆଜି ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ପରେ ତାଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ପରେ ନିଳକଣ୍ଠକୁ ଗିରଫ କରି ଗଣିଆ ଥାନାକୁ ଆଣି ପଚରାଉଚରା ଜାରି ରଖିଛନ୍ତି ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା । ତେବେ ଗିରଫ ଯୁବକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲିି ସେ ପ୍ରକାଶ କରିଛନ୍ତି ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ