March 18, 2026

Utkal Sambad

ବିଶ୍ୱ ପୋଲିଓ ଦିବସ ପାଳିତ

ଭୁବନେଶ୍ୱର, ରୋଟାରି କ୍ଲବ ଭୁବନେଶ୍ୱର, ଥ୍ରୀ ଟୁ ଫୋର ଟୁ ଆଜି ବିଶ୍ୱ ପୋଲିଓ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଅଛି l ବିଶ୍ୱକୁ ପୋଲିଓ ମୁକ୍ତ କରିବାରେ ଆନ୍ତର୍ଜାତିକ ରୋଟାରି କ୍ଲବ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା l ନିସ୍ଵାର୍ଥପର ସେବା ଓ ଜନ ସଚେତନତା ସୃଷ୍ଟି କରି ସମଗ୍ର ବିଶ୍ୱକୁ ପୋଲିଓ ଭଳି ଏକ ମାରାତ୍ମକ ବ୍ୟାଧି ଉପରେ ଅଙ୍କୁଶ ଲଗାଇ ବାରେ ପ୍ରମୁଖ ଭୂମିକା ଲିଭାଇଥିଲା l ତେଣୁ ସେହି ଦିନକୁ ମନେରଖିବା ତଥା ଜନସାଧାରଣଙ୍କ ପାଖରେ ସଚେତନତା ର ବାର୍ତ୍ତା ବାଣ୍ଟିବା ପାଇଁ ପ୍ରତିକୂଳ ପରିସ୍ଥିତିରେ, ଘନ ଘନ ବର୍ଷା ଓ ତୁହାକୁ ତୁହା ପବନ କୁ ଖାତିର ନକରି ରୋଟାରି କ୍ଲବ ଭୁବନେଶ୍ୱର ତାର ସମସ୍ତ ସଭ୍ୟା ଓ ସଭ୍ୟ ମାନଙ୍କୁ ନେଇ ସହର ପରିକ୍ରମା କରି ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ରୋଟାରି କ୍ଲବ ଥ୍ରୀ ଟୁ ସିକ୍ସ ଟୁ ର ପ୍ରାନ୍ତପାଳ ଯାଜ୍ଞାଶିଷ ମହାପାତ୍ର ଙ୍କ କରକମଳରେ ପ୍ରାରମ୍ଭ କରାଯାଇଥିଲା, ଏହାକୁ ରୋଟାରି କ୍ଲବ ରାଜଧାନୀ ର ସଭାପତି ଜ୍ଞାନରଞ୍ଜନ ମିଶ୍ର ଙ୍କ ତତ୍ୱାବଧାନ ରେ ପରିଚାଳନା କରାଯାଇଥିଲା l ଏଥିରେ ଅନ୍ୟ କ୍ଲବର ସଭାପତି ଓ ସଭ୍ୟମାନେ ମଧ୍ୟ ସହଯୋଗ କରିଥିଲେ l ସେମାନେ ହେଲେ ସରୋଜ ମହାପାତ୍ର ସମ୍ପାଦକ ରୋଟାରି ରାଜଧାନୀ, ରୋଟାରିଆନ ସବିତା ମହାନ୍ତି, ସଭାପତି ରୋଟାରି ଆଞ୍ଜେଲ, ରସାନନ୍ଦ ରାଉତ ସହଯୋଗୀ ପ୍ରାନ୍ତପାଳ, ବିଘ୍ନେଶ୍ୱର ବେହେରା, ସୁଶାନ୍ତ ମହାପାତ୍ର, ପି. ପି. ଫୋରମ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, ମନମୋହନ ପଣ୍ଡା, ସଭାପତି ଆମିତି, ରୁଦ୍ର ମହାପାତ୍ର, ସଭାପତି, ମିଡୋଜ, ଓ ହେରିଟେଜ ର ସଭାପତି l ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ କରାଯାଇଥିଲା l ସମସ୍ତଙ୍କ ସହଯୋଗ ପାଇଁ ପ୍ରାନ୍ତପାଳ ଯାଜ୍ଞାଶିଷ ମହାପାତ୍ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ l