ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ବୋଲି ଜଣାପଡିଛି, ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀଯୁକ୍ତ ମଧୁସୂଦନ ଦାସ, ଡା, ରାଜେନ୍ଦ୍ର କୁମାର ଦଳେଇ, ଡା, ବିଦୁଲତା ଦଶ, ଜନ ସମ୍ପ୍ରସାରଣ ଅଧିକାରିଣୀ କମଳା ମହାରଣା, ଫାର୍ମାସିଷ୍ଟ ସନ୍ତୋଷ କୁମାର ଦଳେଇ, ବିପିଏମ ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ, ଚଳିତ ବର୍ଷ ବ୍ୟୟ ଅଟକଳ ସମ୍ପର୍କ ରେ ଆଲୋଚନା ହୋଇ ଥିଲା, 108ଆମ୍ବୁଲାନ୍ସ ରହିବା ପାଇଁ ଘର, ନୂତନ ସଭାଗୃହ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଲୋକୀ କରଣ କରିବା ପାଇ କରାଯାଇ ଥିଲା, ଖୁବ ଶୀଘ୍ର ଆଲୋକୀ କରଣ କରାଯିବ ବୋଲି ଜ଼ିଲ୍ଲା ପରିଷଦ ସଭ୍ୟ ପ୍ରତିଶୃତି ଦେଇ ଥିଲେ I
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ