March 18, 2026

Utkal Sambad

ବାତ୍ୟା ମୁକାବିଲା ପାଇଁ ଟିପିସିଓଡିଏଲ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ଅଧ୍ୟକ୍ଷତାରେ ବାତ୍ୟା ଦାନା ପାଇଁ ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ସହ ରଣନୈତିକ ସମ୍ବଳ ନିୟୋଜନ ଏବଂ ବିଦ୍ୟୁତ୍ ଯନ୍ତ୍ରାଂଶ ଠିକ୍ ସମୟରେ ଠିକ୍ ସ୍ଥାନରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପ୍ରଭାବିତ ଅଞ୍ଚଳରେ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ବୈଠକରେ ଟିପିସିଓଡିଏଲର ସମସ୍ତ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।