March 18, 2026

Utkal Sambad

ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ଇରାନ!

ତେହେରାନ: ଇରାନର ଏକ ଗାଁ ଜଳୁଛି! ଏଠାରେ ଥିବା ପାଣିପାଗ କେନ୍ଦ୍ର ଅଗଷ୍ଟ ୨୮ରେ ଏଠାକାର ତାପମାତ୍ରା ୮୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଯଦି ଏହା ସତ ତେବେ ଏହା ପୃଥିବୀର ସର୍ବାଧିକ ରେକର୍ଡ ହୋଇଥିବା ଉତ୍ତାପ ସୂଚକାଙ୍କରେ ପରିଣତ ହେବ। ଆମେରିକୀୟ ପାଣିପାଗ ବିଜ୍ଞାନୀ କଲିନ ମ୍ୟାକକାରି ଏହି ସୂଚନାକୁ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଶେୟାର କରିଛନ୍ତି। ତେବେ ସେ ଏହା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏହାକୁ ନେଇ ସରକାରୀ ତଦନ୍ତର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଇରାନର ଦକ୍ଷିଣ ଉପକୂଳରେ ଥିବା ଡେରେଷ୍ଟାନ ବିମାନବନ୍ଦର ନିକଟରେ ଅବସ୍ଥିତ ଏହି ପାଣିପାଗ କେନ୍ଦ୍ର, ଅଗଷ୍ଟ ୨୮ରେ ୧୮୦ଫାରେନହାଇଟ ଡିଗ୍ରୀ (୮୨.୨ଂ ସେଲସିୟସ) ଏବଂ ୯୭ଫାରେନହାଇଟ ଡିଗ୍ରୀ (୩୬.୧ଂ ସେଲସିୟସ) ର ଉତ୍ତାପ ସୂଚକାଙ୍କ ରେକର୍ଡ କରିଛି। ଏହି ଖବର ସମଗ୍ର ବିଶ୍ୱରେ ପାଣିପାଗ ବିଜ୍ଞାନୀଙ୍କ ଚିନ୍ତା ବଢାଇ ଦେଇଛି।