ଗଣିଆ -(ମନୋରଞ୍ଜନ ମଳିକ)- ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଇନ୍ଦିପଟା ଗ୍ରାମରେ ଶ୍ରୀ ଶ୍ରୀ ବାବା ବିଶ୍ୱନାଥ ମହାଦେବଙ୍କର ୫୦ ତମ ବିଶ୍ଵଶାନ୍ତି ମହା ଯଜ୍ଞ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି lଇନ୍ଦିପଟା ଗ୍ରାମର ସଭାପତି ଶ୍ରୀଯୁକ୍ତ ଅଖିଳ ବିହାରୀ ପାଣିଗ୍ରାହୀ ଓ ଗ୍ରାମବାସୀ ଙ୍କ ତତ୍ବାବଧାନରେ ଚାରିଦିନ ଧରି ଏହି ଜଜ୍ଞ କାର୍ଯ୍ୟ ଚାଲିଥିଲା l ଶୁକ୍ର ବାର ଦିନ ଅଙ୍କୁରୋପଣ ପରେ ଶନିବାର ଦିନ ୧୦୮ କଳସ ଯାତ୍ରା ମହାନଦୀ ରୁ ବହାରି ବିଶ୍ଵନାଥ ମନ୍ଦିର ଠାରେ ପହଞ୍ଚି ଥିଲା l ପ୍ରତେକ ଦିନ ରୁଦ୍ରାଭିଷେକ, ଚଣ୍ଡୀପାଠ, ଅଷ୍ଟପ୍ରହରୀ ଚାଲୁ ରହିଥିଲା lଏହି ଯଂଜ୍ଞ ରେ ମୁଖ୍ୟ କର୍ତା ଭାବେ ପର୍ଶୁରାମ ପାଣିଗ୍ରାହୀ ଓ ପତ୍ନୀ ଶୈଳବାଳା ପାଣିଗ୍ରାହୀ ଉପବେଶନ କରିଥିଲେ l କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ,ସାତ ମୌଜା ର ସଭାପତି ମାନଙ୍କ ସହିତ ଗ୍ରାମର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ସମ୍ପାଦକ ନିରଞ୍ଜନ ବାରିକ ଶ୍ରୀନିବାସ ପାଣିଗ୍ରାହୀ, ପ୍ରହଲ୍ଲାଦ ପାଣିଗ୍ରାହୀ, ପାଣ୍ଡଵ ରଣା, ମଣି ବାରିକ, ପ୍ରତାପ ପାଣିଗ୍ରାହୀ, ନାରାୟଣ ପାଣିଗ୍ରାହୀ, ମିଲୁ ପଣ୍ଡା, ମନ୍ଦର ବେହେରା ଓ ଇନ୍ଦିପଟା ଗ୍ରାମବାସୀ ମାନେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ପି ସି ଏସ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କ ପାଈଁ ଦହିପଣl ବଣ୍ଟନ କରାଯାଇଥିଲା l ସଂଧ୍ୟାରେ ଓଁ ଶ୍ରୀ ଦୃଷ୍ଟିହୀନ ଲୋକକଳା ଅନୁଷ୍ଠାନ ତରଫରୁ ଭଜନ ସନ୍ଧ୍ୟା କାର୍ଯକ୍ରମ ଚାଲିଥିଲା l ଗଣିଆ ସଂସ୍କୃତିକ ପରିଷଦ ପକ୍ଷରୁ ଦ୍ୟାନ୍ସ କାର୍ଯ୍ୟ କ୍ରମ ପରିବେଷଣ କରଯାଇଥିଲା lବ୍ରହ୍ମପୁର ନିବାସୀ ସଞ୍ଜୟ କୁମାର ପାତ୍ର ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା l
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା