ଭୁବନେଶ୍ବର: ହିନ୍ଦୁ ଜାଗରଣ ମଞ୍ଚ ଓଡିଶା ତରଫରୁ ଏକ ସାମ୍ବାଦିକ ବାର୍ତ୍ତା ଅନୁଷ୍ଠିତ ହୋଇଯାଇଛି। ବର୍ତମାନ ଭାରତର ସୁରକ୍ଷା ବିପର୍ଯ୍ୟସ୍ତ ଅବସ୍ଥାରେ ଥୁବାକାରଣରୁ ଭାରତ ସରକାର ଉଭୟ ବାହ୍ୟ ଏବଂ ଆନୁରିକ ସୁରକ୍ଷା କୁ ମଜଭୁତ କରିବାପାଇଁ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି ତନ୍ମଧ୍ୟରୁ ଭାରତରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି ଦେଶାନୁର କରିବାପାଇଁ ରାଜ୍ୟ ସରକାର ମାନଙ୍କୁ ନିର୍ଦେଶ ଦେବା ଏକ ଯୁଗାନ୍ତକାରୀ ଓ ସମୟପଯୋଗୀ ପଦକ୍ଷେପ ଅଟେ। ଏହି ପଦକ୍ଷେପ କୁ ହିନ୍ଦୁ ଜାଗରଣ ମଞ୍ଚ ସ୍ବାଗତ କରୁଅଛି। ଆପଣ ମାନେ ଜାଣନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ କାରଣରୁ ଆମ ଓଡ଼ିଶାର ଅର୍ଥନୀତି, ସଂସ୍କୃତି, ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗାଁରୁ ସହର ସବୁଆଡେ ନିଶାକାରବାର ବଢ଼ିବାରେ ଲାଗିଚି। ତେଣୁ ଏଭଳି ପରିସ୍ଥିତିରେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ଦେଶାନୁର କରିବାପାଇଁ ରାଜ୍ୟ ସରକାର STF ଗଠନ କରିବା ମଧ୍ୟ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଏଭଳି ପରିସ୍ଥିତିରେ ଭୁବନେଶ୍ବର ମେୟରଙ୍କ ବିବୃତି ଅତ୍ୟନ୍ତ ଦୁଃଖଦାୟକ, ସମ୍ବେଦନ ଦିନ ଏବଂ ଦେଶର ସୁରକ୍ଷା ପ୍ରତି ଉପହାସ ସଦୃଶ।
ମେୟର ସୁଲୋଚନା ଦାସ ତୁରନ୍ତ ରାଜ୍ୟବାସୀ ଙ୍କ ପାଖରେ କ୍ଷମା ମାଗିବା ପାଇଁ ହିନ୍ଦୁ ଜାଗରଣ ମଞ୍ଚ ଦାବି କରୁଚି। ଏବଂ ରାଜ୍ୟ ସରକାର ତୁରନ୍ତ ରାଜ୍ୟରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମିଳୁଥିବା ସବୁ ସରକାରୀ ସୁବିଧାରୁ ବାହାର କରି ତୁରନ୍ତ ଦେଶାନ୍ତର କରନ୍ତୁ ନଚେତ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନର ନିଆଁ ଜଳିବ। ଆଜିର ସାମ୍ବାଦିକ ବାର୍ତ୍ତାରେ ହିନ୍ଦୁ ଜାଗରଣ ମଞ୍ଚ ର ପ୍ରାନ୍ତ ସଂଯୋଜକ ରଘୁନାଥ ବାରିକ, ସହ ସଂଯୋଜକ ଆଶିଷ ବିଦୁରେନ୍ଦ୍ର ଛୋଟରାୟ, ପ୍ରାନ୍ତ ସଂଗଠନ ସମ୍ପାଦକ ତନ୍ମୟ ଦାଶ, ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଅଧୂବକ୍ରା ଅମିତାଭ ଦାଶ ଏବଂ ମହାନଗର ସଂଯୋଜକ ଡମ୍ବରୁ ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା