March 15, 2026

Utkal Sambad

ଢେଙ୍କାନାଳ କଲଚରାଲ ଆସୋସିଏସନ, ତରଫରୁ ବରା ଦିବସ ପାଳନ

ଭୁବନେଶ୍ୱର: ଢେଙ୍କାନାଳ କଲଚରାଲ ଆସୋସିଏସନ, ତରଫରୁ ବରା ଦିବସ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ମହାସମାରୋହରେ ପାଳନ ହୋଇଛି ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖରେ ବରା ଦିବସ ପାଳନ କରାଯାଏ ଢେଙ୍କାନାଳର ସୁସ୍ୱାଦୁ ବରା ନିଜସ୍ଵ ସ୍ୱତନ୍ତ୍ରତା ସହ କେଉଁ ପ୍ରାଚୀନ କାଳରୁ ଓଡିଶା ଏବଂ ଦେଶରେ ପରିଚୟ ସୃଷ୍ଟି କରି ଢେଙ୍କାନାଳବାସୀଙ୍କୁ ଗର୍ବିତ କରିଆସୁଛି ପ୍ରତି ବର୍ଷ ଏପ୍ରିଲ ମାସ ୭ ତାରିଖକୁ ବରା ଦିବସ ଭାବେ ପାଳନ କରି ଢେଙ୍କାନାଳବାସୀଙ୍କ ଭାଇଚାରା ଆମର ପ୍ରସିଦ୍ଧ ବରା ର ଐତିହ ଓ ସ୍ୱତନ୍ତ୍ରତା ବିଷୟରେ ପ୍ରଚାର ପ୍ରସାର କରିବା ସହିତ ଢେଙ୍କାନାଳ ବରା’କୁ ଜି ଆଇ ଟ୍ୟାଗ୍ ପ୍ରଦାନ କରିବାକୁ ଦାବୀ କରୁଛୁ ଆନନ୍ଦର ବିଷୟ ଏହିକି ସମସ୍ତ ବରା ଠାରୁ ଢେ଼ଙ୍କାନାଳ ର ବରା ର ସ୍ଵାଦ ଭିନ୍ନ ଥାଏ ଏହି ବାରାର ସ୍ଵତନ୍ତ୍ରତା ପରିଚୟ ରହିଛି ଢେ଼ଙ୍କାନାଳିଆଙ୍କୁ ବାନ୍ଧି ରଖିବାରେ ଏହା ଏକ ପ୍ରୟାସ ରହିଛି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାପ୍ରଶାସନ ଢେଙ୍କାନାଳରେ ଜନ ସାଧାରଣଙ୍କ ସହିତ ଜିଲ୍ଲାସ୍ତରୀୟ ବରା ଦିବସ ପାଳନ କରିବବୋଲି ନିଷ୍ପତ୍ତି ନେଇଛନ୍ତି ଏ ଅବସରରେ ପ୍ରତ୍ୟେକଟି ଢେ଼ଙ୍କାନାଳିଆଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଯିଏ ଯେଉଁଠି ବି ଅଛନ୍ତି ପରିବାର ପରିଜନ ବନ୍ଧୁ ବାନ୍ଧବଙ୍କ ସହ ଏହି ନିଆରା ପରମ୍ପରା ବଜାୟ ରଖିବା ପାଇଁ ଆଗେଇ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଅଦ୍ୟେତ ପ୍ରସାଦ ଗଡ଼ନାୟକ ସୌରେନ୍ଦ୍ର କୁମାର ମହାପାତ୍ର ସଭାପତି ଢେଙ୍କାନାଳ କଳଚୁରାଲ ଆସୋସିଏସନ୍ ଭୁବନେଶ୍ଵର ରଞ୍ଜନ କୁମାର ଦାସ୍ ପ୍ରେମାନନ୍ଦ ବିଶ୍ଵାଳ ପ୍ରଦୀପ କୁମାର ସାହୁ ଡକ୍ଟର ପ୍ରିୟବ୍ରତ ଧିର ଅଧ୍ୟକ୍ଷ ସ୍ପର୍ଶ ହସ୍ପିଟାଲ ସମସ୍ତେ ଏହି ବରା ଦିବସ ରେ ଉପସ୍ତିତ ଥିଲେ