January 30, 2026

Utkal Sambad

Month: May 2025

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବଡସିଲିଙ୍ଗା ଗ୍ରାମପଂଚାୟତ ର ବିଭିନ୍ନ ସମସ୍ୟା କୁ ନେଇ ଆସନ୍ତା କାଲି ଭାରତୀୟ ବିକାଶ ପରିଷଦ...

ଗଣିଆ -(ମନୋରଞ୍ଜନ ମଳିକ )-ଗତକାଲି ଶନିବାର ରାତ୍ରୀ ସମୟରେ ହଠାତ୍ ଆସିଥିବା ଭୟଙ୍କର କାଳବୈଶାଖୀ ର ପ୍ରବଳ ବେଗରେ ମାଡିଆସିଥିଲା ପବନ ସାଙ୍ଗକୁ ବର୍ଷା । ଗଣିଆ...

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି) ନ୍ୟୁୟର୍କର ଲିଙ୍କନ ସେଣ୍ଟରରେ 'ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ' ପାଳନ କରିବ ମୁମ୍ବାଇ: ଦେଶର ସର୍ବବୃହତ ମିଡିଆ ଏବଂ ମନୋରଞ୍ଜନ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ଜିଓଷ୍ଟାରର ଅଧ୍ୟକ୍ଷା ନୀତା ଅମ୍ବାନୀ ଦୃଢ଼ ଆଶା ପ୍ରକଟ କରିଛନ୍ତି ଯେ ଖୁବ୍...

ମାଗଣା ୫୦ ଦିନ ଜିଓ ଫାଇବର / ଜିଓ ଏୟାରଫାଇବର ଟ୍ରାଏଲ ସଂଯୋଗ ଅଫର ପ୍ରତି ସାରା ରାଜ୍ୟରେ ବିପୁଳ ଉତ୍ସାହ ଜିଓ ଫେବୃୟାରୀ ମାସରେ ଓଡ଼ିଶାରେ ୧୧ ହଜାରରୁ ଅଧିକ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡିଛି: ଟ୍ରାଇ ତଥ୍ୟ ଜିଓଏୟାରଫାଇବର ଓଡ଼ିଶାର ସମସ୍ତ ଜିଲ୍ଲା, ତହସିଲ ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫଲାଇନ ପାଲଟିଛି ଏବଂ ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ପ୍ରଦାନ କରୁଛି ଭୁବନେଶ୍ୱର: ସାରା ରାଜ୍ୟରେ ଏହାର ଦ୍ରୁତତମ ଏବଂ ସର୍ବବୃହତ ଟ୍ରୁ ୫ଜି ନେଟୱାର୍କ ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) କ୍ଷେତ୍ରରେ ଏହାର ଆଧିପତ୍ୟକୁ ଆହୁରି ଅଧିକ ସୁଦୃଢ଼​​କରିଛି। ଜିଓ ଏୟାରଫାଇବର ରାଜ୍ୟରେ ୮୬ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ୫ଜି ଏଫଡ଼ବ୍ଲୁଏ ସେବା ଜିଓଏୟାରଫାଇବର ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ୧.୪୨ ଲକ୍ଷରୁ ଅଧିକ ଉପଭୋକ୍ତା ସହିତ ଏକ ବିରାଟ ବ୍ୟବଧାନରେ ଆଗରେ ରହିଛି। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ମାତ୍ର ୨୨ ହଜାର ଉପଭୋକ୍ତା ସହିତ ବେଶ ପଛରେ ରହିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀ ମାସରେ ଜିଓ ସର୍ବାଧିକ ୧୧ ହଜାରରୁ ଉର୍ଦ୍ଧ୍ଵ ନୂଆ ଜିଓଏୟାରଫାଇବର ଗ୍ରାହକ ଯୋଡି଼ବା ସହିତ ଓଡ଼ିଶାରେ ମୋଟ ୫ଜି ଏଫଡ଼ବ୍ଲୁଏ ଗ୍ରାହକ ସଂଖ୍ୟା ୧.୬୫ ଲକ୍ଷ ଅତିକ୍ରମ କରିଛି। ଟ୍ରାଇ ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ମଧ୍ୟ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ଫେବୃୟାରୀ ମାସରେ ସର୍ବାଧିକ ୧.୧୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିଛି। ଏହା ସହିତ ରାଜ୍ୟରେ ଜିଓର ୪ଜି / ୫ଜି ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫୮ କୋଟି ଅତିକ୍ରମ କରିବା ସହ ଜିଓ ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼​​କରିଛି। ଜିଓର ୫୦ ଦିନର ମାଗଣା ଜିଓଫାଇବର / ଜିଓଏୟାରଫାଇବର ଟ୍ରାଏଲ୍ ସଂଯୋଗ ଅଫରର ବଢୁଥିବା ଲୋକପ୍ରିୟତା: କ୍ରିକେଟ୍ ସିଜିନ୍ ପାଇଁ ଜିଓ ଆରମ୍ଭ କରିଥିବା ଅସୀମିତ ଅଫର ସହିତ ୫୦ ଦିନର ମାଗଣା ଜିଓଫାଇବର / ଜିଓଏୟାରଫାଇବର ଟ୍ରାଏଲ୍ ସଂଯୋଗ ପ୍ରଦାନ କରୁଛି, ଯାହା ସାରା ଓଡ଼ିଶାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଏହି ଅଫର ସହିତ ଗ୍ରାହକମାନେ ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ, ନିରବଛିନ୍ନ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଆହୁରି ଅନେକ ସୁବିଧା ଉପଭୋଗ କରୁଛନ୍ତି। କେବଳ ଏକ ଜିଓ ସିମ ଏବଂ ୧୫ ମଇ ୨୦୨୫ ପୂର୍ବରୁ ୨୯୯ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର ରିଚାର୍ଜ ସହିତ, ଗ୍ରାହକମାନେ ଉଚ୍ଚ ମାନର ମନୋରଞ୍ଜନ କଣ୍ଟେଣ୍ଟ ସାଙ୍ଗକୁ ପ୍ରତ୍ୟେକ ମ୍ୟାଚର ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିର୍ବିଘ୍ନ, ଉଚ୍ଚ-ଗୁଣବତ୍ତା ଷ୍ଟ୍ରିମିଂର ମଜା ନେଇପାରିବେ। ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ଵପ୍ନ ଭଳି ରହିଥିଲା। ଏହା ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଓ ଗୁଣାତ୍ମକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ସହିତ ସଂଯୁକ୍ତ କରିଛି, ଯେଉଁମାନଙ୍କର ପରିସରରେ ପୂର୍ବରୁ ଅପ୍ଟିକାଲ୍-ଫାଇବର ବିସ୍ତାର କରିବାରେ ଜଟିଳତା ରହିଥିଲା। ଜିଓ ଟ୍ରୁ ୫ଜି ନେଟୱାର୍କ ବାସ୍ତବରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଜରିଆରେ ଛାତ୍ରଛାତ୍ରୀ, ବୃତ୍ତିଗତ ପେଶାଦାର, ଉଦ୍ୟୋଗୀ ଏବଂ ସାଧାରଣ ପରିବାର ସମେତ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଛି। ହାଇସ୍ପିଡ୍ ୫ଜି ସେବା ପ୍ରଦାନ କରୁଥିବା ଜିଓଏୟାରଫାଇବରର ଦ୍ରୁତ ଆଦୃତି ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ କରିଛି, ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି ଏବଂ ମନୋରଞ୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତିରେ ସହାୟକ ହୋଇଛି।

ଭୁବନେଶ୍ୱର: ଓଡିଶା ଆର୍ଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍‌ ଟ୍ରଷ୍ଟ (OARFT) ଦ୍ବାରା ଶୈଳଶ୍ରୀ ବିହାରରେ ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳିତ। ଏ.ଏସ୍. (ଆକ୍ସିଆଲ୍ ସ୍ପଣ୍ଡିଲୋଆର୍ଥ୍ରାଇଟିସ୍) ରୋଗରେ...

ଭୁବନେଶ୍ବର:  ଶ୍ରମିକ ମାନଙ୍କ ବିଭିନ୍ନ ଦାବି ଗୁଡିକ ର ଶୁଣାଣି ରେ ବିଳମ୍ବ ତ‌ଥା ବିଭାଗୀୟ ଅବହେଳା ହେତୁ ଭାରତୀୟ ମଜଦୁର ସଂଘ, ଓଡିଶା ପକ୍ଷରୁ ଶ୍ରମ...

ଭୁବନେଶ୍ଵର: ଶ୍ରମିକ ଦିବସରେ ଭୁବନେଶ୍ୱରସ୍ଥିତ ବ୍ରହ୍ମେଶ୍ଵର ପାଟଣାରେ ଥିବା ଜଗନ୍ନାଥ ଆଶ୍ରମରେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମୟରୀ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି...

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା । ମହିଳା ଉଦ୍ୟୋଗୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢାଇବା...

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ପତଣ୍ଡା ଗ୍ରାମରେ ଥିବା କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ବଡ ଭାଇ...

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖବର ନେବାରେ ଜଣାଗଲାଯେ କନ୍ଧମାଳ ସାଂସଦ ସୁକାନ୍ତ...