June 22, 2025

Utkal Sambad

Month: May 2025

1 min read

ଭୁବନେଶ୍ୱର: ବିଶ୍ବ ତମାଖୁ ବିରୋଧୀ ଦିବସ ଅବସରରେ ରୋଟାରୀ ଜିଲ୍ଲା ଥ୍ରୀ ଟୁ ସିକ୍ସ ଟୁ ଆନୁକୂଲ୍ୟରେ ସ୍ଥାନୀୟ ଲୟଲା ସ୍କୁଲ ନିକଟରେ ଏକ ସାଇକେଲ ରାଲି...

1 min read

ଗଣିଆ-(ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଂଚାୟତ ର ବଡ଼ସିଲିଙ୍ଗା ଗ୍ରାମରେ ଶୁକ୍ରବାର ଦିନ ବଜ୍ର ଘାତ ରେ ଜଣଙ୍କର ମୂର୍ତଁ ଘଟିଥିବା ବେଳେ ଆଉ...

1 min read

ସିଡ୍ ସ୍ୱାମୀନାଥନଙ୍କୁ ନୂତନ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଦାୟିତ୍ୱ ମୁମ୍ବାଇ: ଜିଓବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଭାରତରେ ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ କରିବା ପାଇଁ ସେବି ଅନୁମୋଦନ ଲାଭ କରିଛି। ଏହି କମ୍ପାନୀ...

ଜିଓର ଓଡ଼ିଶାରେ ୪୫.୯ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି ଓଡ଼ିଶାରେ ୩ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ (ଗୃହ ମନୋରଞ୍ଜନ), ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଭୋଗ କରୁଛନ୍ତି ଭୁବନେଶ୍ୱର: ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ୨୦୨୫ ଏପ୍ରିଲ ମାସରେ ଓଡ଼ିଶାରେ ସର୍ବାଧିକ ୧.୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ (ୱେୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ) ଗ୍ରାହକ ଯୋଡିଛି। ଆଜି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଏହା ଜଣାପଡିଛି। ଏହି ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧.୫୩ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୩୦୦୦୦ ରୁ ଅଧିକ ନୂତନ ଜିଓଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏଥିସହିତ, ଜିଓ ଓଡ଼ିଶାରେ ୪୫.୯ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିବା ସହିତ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୬୧ କୋଟିରେ ପହଞ୍ଚିଛି। ଟ୍ରାଇ ତଥ୍ୟ ଅନୁଯାୟୀ ଏପ୍ରିଲ ମାସରେ ଓଡ଼ିଶାରେ ପ୍ରାୟ ୧.୫୫ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡି ହେବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ୩.୫ କୋଟି ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, ଅନ୍ୟ ଅପରେଟରମାନଙ୍କ ମଧ୍ୟରେ ଏପ୍ରିଲ ମାସରେ ଓଡ଼ିଶାରେ ଭୋଡାଫୋନ ଆଇଡ଼ିଆ ମାତ୍ର ୬୬୫୯ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବା ବେଳେ ଏହା ପଛରେ ରହିଥିବା ଏୟାରଟେଲ୍ ମାତ୍ର ୩୮୩୯ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି ଏବଂ ବିଏସଏନଏଲ ଏହି ମାସରେ ରାଜ୍ୟରେ ୮୦୧୧ ମୋବାଇଲ୍ ଗ୍ରାହକ ହରାଇଛି। ସେହିପରି, ଓଡ଼ିଶାରେ ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଆହୁରି ସୁଦୃଢ଼​​କରି, ଜିଓ ୨୦୨୫ ଏପ୍ରିଲ ମାସରେ ରାଜ୍ୟରେ ସର୍ବାଧିକ ୩୦୦୦୦ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଛି। ତଥ୍ୟ ଅନୁଯାୟୀ, ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓଫାଇବର ଗ୍ରାହକଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଥିବାବେଳେ ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୧.୬୭ ଲକ୍ଷରୁ ଅଧିକ ହୋଇଛି। ଜିଓର ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ୫ଜି ଏଫଡବ୍ଲୁଏ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଛି। ଜିଓ ଓଡ଼ିଶାରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ବଳରେ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରହିଆସିଛି ଏବଂ ଓଡିଶାରେ ଏହାର ସର୍ବାଧିକ ୪୫.୯ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ସହିତ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି। ଜାତୀୟ ସ୍ତରରେ, ଜିଓ ଏପ୍ରିଲ ୨୦୨୫ ରେ ସର୍ବାଧିକ ୨୬ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିବା ସହିତ ୱାୟାରଲେସ୍ ବ୍ୟବସାୟ କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହୋଇଛି। ଜିଓ ଏହି ମାସରେ ଯୋଡିଥିବା ନୂତନ ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ୧୩ ଗୁଣ ଅଧିକ ରହିଛି। ଏପ୍ରିଲ ୨୦୨୫ ରେ ସକ୍ରିୟ ଉପଭୋକ୍ତା ଯୋଡିଥିବା ଏକମାତ୍ର ଅପରେଟର ଭାବରେ ଜିଓ ଏହି ମାସରେ ଦେଶରେ ୫୫ ଲକ୍ଷରୁ ଅଧିକ ନୂତନ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡିଛି। ଏହା ଲଗାତାର ଦ୍ୱିତୀୟ ମାସ ପାଇଁ ୫ ନିୟୁତରୁ ଅଧିକ ସକ୍ରିୟ ମୋବାଇଲ୍ ଉପଭୋକ୍ତା ଯୋଡିଛି। ଏପ୍ରିଲ ୨୦୨୫ ରେ ପ୍ରାୟ ୯.୧୦ ଲକ୍ଷ ନୂତନ ହୋମ ବ୍ରଡବ୍ୟାଣ୍ଡ (ୱେୟାରଲାଇନ୍ ଓ ଏଫଡବ୍ଲୁଏ) ଗ୍ରାହକ ଯୋଡିଥିବା ଜିଓ ପାଇଁ ଆଉ ଏକ ରେକର୍ଡ ମାସ ହୋଇଛି, ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ଚାରି ଗୁଣ ଅଧିକ ରହିଛି। ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଜିଓ ଦେଶରେ ୮୨ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୬.୧୪ ନିୟୁତ ଗ୍ରାହକଙ୍କ ସହିତ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ଼ କରିଛି।

1 min read

ଗଣିଆ -(ମନୋରଞ୍ଜନ ମଳିକ )- ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଆଡ଼କଟା ବଜ଼ାର ଉପରୁ ଟ୍ରାନ୍ସଫର ଟି ଉଠିବ କେବେ, ସୂଚନା ଅନୁସାରେ ଆଡ଼କଟା ବଜ଼ାର ଉପରେ...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଭାପୁର ବ୍ଲକ ବିଜିପୁର ଗ୍ରାମପଂଚାୟତ ର ବଳରାମ ମହାରଣା ପୁଅ ଆଶୁତୋଷ ମହାରଣା ଅନ୍ତର୍ଜାତିକ ବକ୍ସି ରେ ସ୍ୱର୍ଣ ପଦକ...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କିଶୋର ପ୍ରସାଦ ଗ୍ରାମପଂଚାୟତ ରେ ଥିବା ଡ଼, ଆରସି ସାମନ୍ତରାୟ ମହାବିଦ୍ୟାଳୟ ରେ ମଙ୍ଗଳବାର ଦିନଏକ ବୈଠକ...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ରାସ୍ତା ସମସ୍ୟା କୁ ନେଇ ପ୍ରତିଦିନ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବଡସିଲିଙ୍ଗା, ଛାମୁଣ୍ଡିଆ,...