ଭୁବନେଶ୍ବର:ନାରାୟଣ ଇ- ଟେକ୍ନୋ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇଯାଇଛି |ଏହି ଉତ୍ସବରେ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ(ପୂର୍ବତଟ ରେଳବାଇ ହକି କୋଚ୍) , ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ , (ବି.ସି.ସି.ଆଇ କୋଚ୍ ଓଡ଼ିଶା ) ଡି.ଜି.ଏମ୍ ଶ୍ରୀଯୁକ୍ତ ଶ୍ରୀନିବାସ ରାଓ, ଏ. ଜି.ଏ. ମ୍ ଶ୍ରୀ କିଶୋର କୁମାର ପାଣିଗ୍ରାହୀ,କଲେଜ ଡିନ୍ ଶ୍ରୀଯୁକ୍ତ ଡେଭିଡ ଜୋନ ,ହାଇସ୍କୁଲ କୋର୍ଡିନେଟର ଶ୍ରୀଯୁକ୍ତ ଅପା ରାଓ , champs କୋର୍ଡିନେଟର ଶ୍ରୀମତୀ ତୃଷ୍ଣା ଧର୍,କିଡ୍ସ କୋର୍ଡିନେଟର ଶ୍ରୀମତୀ Anwesha Dash, ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ମହୋଦୟା ପ୍ରଜ୍ଞା ପରିମିତା ସମ୍ମାନନୀୟ ଅତିଥି ମାନଙ୍କୁ ସମ୍ୱର୍ଦ୍ଧନା ଜଣାଇଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ମାହୋଦୟା ବାର୍ଷିକ କ୍ରୀଡା ବିବରଣୀ ପାଠ କରିବା ସହିତ ପିଲାମାନଙ୍କୁ ଉସ୍ ଚାହିତ କରାଇଥିଲେ।ଆମ ବିଦ୍ୟାଳୟ ର ପିଲାମାନଙ୍କ ଦ୍ଵାରା ଏରୋବିକ୍ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ଅତିଥି ମାନେ କ୍ରୀଡା ର ମୂଲ୍ୟବୋଧ ସମ୍ପର୍କରେ ଉତ୍ସାହ ମୂଳକ ବାର୍ତ୍ତା ପ୍ରଦାନ କରିବା ସହିତ କ୍ରୀଡାର ଶୁଭାରମ୍ଭ କରିଥିଲେ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା