October 12, 2025

Utkal Sambad

୭ ବର୍ଷ ପରେ ଫେରିବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର:ରାଜ୍ୟରେ ଗଲା ୭ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ବାଟ ଫିଟିଛି । ଆସନ୍ତାବର୍ଷଠାରୁ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ନୂତନ ସରକାର ଆସିବା ପରଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି । କାହିଁ କେବେଠାରୁ ଚାଲି ଆସୁଥିବା ସମସ୍ତ ପରମ୍ପରାକୁ ଗତ ସରକାର ବନ୍ଦ କରିଥିବା ବେଳେ ବିଜେପି ସରକାର ପୁନଃ କାର୍ଯ୍ୟକ୍ଷମ କରିଛି । ଶ୍ରୀମନ୍ଦିର ଚାରି ଦ୍ୱାର ଫିଟାଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା ଯାଏଁ ବଡ଼ ବଡ଼ ନିଷ୍ପତି ନେଇଛନ୍ତି ମୋହନ ମାଝୀ ସରକାର ।