ଗଣିଆ (ମନୋଜ ମଳିକ ): ଗଣିଆ ବ୍ଳକ ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ କାଣିପୋଖରୀ ଠାରେ ଏକ ସ୍କୁଟିରେ ଜଙ୍ଗଲି ମାଂସ ନେଇ ଯାଉଥିବା ବେଳେ ଦୁଇ ଜଣ ଯୁବକ ଗିରଫ ହୋଇଥିବା ବେଳେ ମାଂସ ଏବଂ ସ୍କୁଟି ଜବତ ହୋଇଛି । ଗିରଫ ଯୁବକ ଦୁଇ ଜଣ ଦଶପଲ୍ଲା ଥାନା ଭୋଗବାଡି ପଞ୍ଚାୟତ ସାନକାମିଟି ଗ୍ରାମର ଦିପ୍ତିରଞ୍ଜନ ବେହେରା ଏବଂ ଦୀପକ ବେହେରା ବୋଲି ଜଣାପଡିଛି । ଘଟଣାରୁ ଜଣାପଡିଛି ଗୁରୁବାର ଦିବା ୧୧ ଘଟିକା ସମୟରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା,ବନପାଳ ପ୍ରତାପ କୁମାର ସେଠୀ ଏବଂ ଫରେଷ୍ଟ ସ୍କାର୍ଡ ପାଟ୍ରୋଲି° କରୁଥିବା ବେଳେ ଦୁଇ ଜଣ ଯୁବକ ସ୍କୁଟିରେ ଜଙ୍ଗଲି ମାଂସ ନେଇ ଯାଉଥିବା ଖବର ପାଇଥିଲେ । କାଣିପୋଖରୀ ଠାରେ ସେମାନଙ୍କୁ ଅଟକାଇ ଯାଞ୍ଚ କଲାବେଳେ ସେମାନଙ୍କ ଠାରୁ ମାଂସ ମିଳିଥିଲା । ଉଭୟଙ୍କୁ ଗିରଫ କରି ଛାମୁଣ୍ଡିଆ ବନାଞ୍ଚଳ ପରିସରକୁ ଅଣାଯାଇଥିଲା । ଜବତ ମାଂସ କେଉଁ ଜନ୍ତୁର ବୋଲି ଜାଣିବା ପାଇଁ ମାଂସର ସାମ୍ପୁଲ ଗଣିଆ ପଶୁ ଡାକ୍ତରଖାନାକୁ ଆଣିବା ପରେ ସେଠାରୁ ଭୂବନେଶ୍ବର ଫରେନସିକ୍ ଲ୍ୟାବକୁ ପଠାଯାଇଥିଲା । ତେବେ ଗିରଫ ଯୁବକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲିି ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା