ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮ ଏମବିପିଏସ
୨୦୫ ଏମବିପିଏସ ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ସହିତ ଏୟାରଟେଲ୍ ଦ୍ୱିତୀୟ ସ୍ଥାନରେ
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣିଥରେ ୫ଜି ଡାଉନଲୋଡ୍ ସ୍ପିଡ୍ ଦୌଡ଼ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛି। ଓକଲା ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮.୫୪ ଏମବିପିଏସ ରେକର୍ଡ କରାଯାଇଛି। ଏୟାରଟେଲ୍ ୨୦୫.୧ ଏମବିପିଏସ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଓକଲା ଜୁଲାଇ ଏବଂ ଡିସେମ୍ବର ୨୦୨୪ ମଧ୍ୟରେ ସାରା ଦେଶରୁ ଏହି ତଥ୍ୟ ସଂଗ୍ରହ କରିଥିଲା।
ରିଲାଏନ୍ସ ଜିଓ ୫ଜି ସହିତ ସାମଗ୍ରିକ ଭାବରେ ମଧ୍ୟ ଦ୍ରୁତତମ ମୋବାଇଲ୍ ନେଟୱାର୍କର ଆଖ୍ୟା ମଧ୍ୟ ହାସଲ କରିଛି। ଜିଓ ଭାରତରେ ସବୁଠାରୁ ଦ୍ରୁତ ମୋବାଇଲ ସ୍ପିଡ୍ ନେଟୱାର୍କ ପ୍ରଦାନକାରୀ ଅପରେଟର ଭାବରେ ଉଭା ହୋଇଛି। ଜିଓର ସାମଗ୍ରିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୫୮.୬୩ ଏମବିପିଏସ ରହିଥିବା ବେଳେ ଏୟାରଟେଲର ସ୍ପିଡ୍ ଜିଓର ଦୁଇ ତୃତୀୟାଂଶ, ଅର୍ଥାତ୍ ପ୍ରାୟ ୧୦୦.୬୭ ଏମବିପିଏସ ବୋଲି ମାପ କରାଯାଇଛି। ଭୋଡାଫୋନ୍ ଆଇଡିଆ ୨୧.୬ ଏମବିପିଏସ ସହିତ ତୃତୀୟ ସ୍ଥାନରେ ରହିଛି।
ଏହି ସମୟ ମଧ୍ୟରେ, ଜିଓ ସାରା ଦେଶରେ ସର୍ବାଧିକ ୫ଜି ଉପଲବ୍ଧତା ରେକର୍ଡ କରିଥିଲା, ଅର୍ଥାତ୍, ଜିଓ ନେଟୱାର୍କ ସର୍ବାଧିକ ସ୍ଥାନରେ ଉପଲବ୍ଧ ରହିଛି। ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ, ଜିଓର ୭୩.୭% ଉପଭୋକ୍ତା ଅଧିକାଂଶ ସମୟ ଜିଓର ୫ଜି ନେଟୱାର୍କ ବ୍ୟବହାର କରୁଛନ୍ତି, ଯାହା ଅନ୍ୟ ଯେକୌଣସି ଅପରେଟର ଅପେକ୍ଷା ବେଶ ଅଧିକ। ମୋବାଇଲ୍ କଭରେଜ୍ ଦୃଷ୍ଟିରୁ, ଜିଓ ୬୫.୬୬ କଭରେଜ୍ ସ୍କୋର ସହିତ ପ୍ରଥମ ସ୍ଥାନରେ ଥିଲା ବେଳେ ଏୟାରଟେଲ୍ ୫୮.୧୭ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି।
ରିଲାଏନ୍ସ ଜିଓ ଦ୍ରୁତତମ ମୋବାଇଲ୍ ନେଟୱାର୍କ ଏବଂ ଉନ୍ନତ ମୋବାଇଲ୍ କଭରେଜ୍ ଉଭୟରେ ପ୍ରଥମ ସ୍ଥାନ ହାସଲ କରିଛି।
More Stories
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ
ଗୋ-ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ସମ୍ମିଳନୀ
ଟ୍ରାଇ ଡ୍ରାଇଭ୍ ଟେଷ୍ଟରେ କଟକ ସହରରେ ଜିଓର ସର୍ବାଧିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ