June 27, 2025

Utkal Sambad

୨୧ରେ ଭାରତ ବନ୍ଦ

ନୂଆଦିଲ୍ଲୀ: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧକରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ୨୧ରେ ଭାରତ ବନ୍ଦ ଡାକରା ଦେଇଛି। ଏହାର ସମର୍ଥନରେ କିଛି ଦଳିତ ସଂଗଠନ ବାହାରିଛନ୍ତି । ଏହାଛଡ଼ା ସମାଜବାଦୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ କରିଛି । ପୋଲିସ୍‌କୁ ଏନେଇ ସତର୍କ କରାଯାଇଛି ।

ଭାରତ ବନ୍ଦ ସମୟରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ଭରତ ବନ୍ଦ ସମୟରେ ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ।