ଭୁବନେଶ୍ୱର: ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା । ପ୍ରତି ମିଲ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମିଳିଥିବା ସୂଚନା ମୁତାବକ, ଦରଦାମ ବୃଦ୍ଧିକୁ ଦେଖି ମିଡ ଡେ ମିଲ ପିଛା ଦାମ ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରାୟ ୪୬ଳକ୍ଷ ଛାତ୍ରୀଛାତ୍ର ଏହି ମିଡ୍ ଡେ ମିଲ୍ ଖାଉଛନ୍ତି।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା