ଭୁବନେଶ୍ବର : ଅଗଷ୍ଟ ୧୭ ଓ ୧୮ ତାରିଖରେ ୨ ଦିନ ଧରି ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରତି ବିଧାନସଭା ଗଠନ ପରେ ପରେ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ବିଧାନସଭା ତରଫରୁ ଆୟୋଜନ କରାଯାଉଥିବା “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ”, ଗଣତନ୍ତ୍ର ପାଇଁ ଶୁଭଙ୍କର।
ଆପଣମାନଙ୍କୁ ମୁଁ ମନେପକାଇ ଦେବାକୁ ଚାହେଁ ଯେ, ୨୪ବର୍ଷ ତଳେ ମୁଁ ଯେତେବେଳେ ବିଧାନସଭାକୁ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଂସଦୀୟ ପରମ୍ପରାର ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲି। ପରବର୍ତ୍ତୀ ସମୟରେ ଏହିପରି କାର୍ଯ୍ୟକ୍ରମରେ ମୋତେ ଅତିଥି ଭାବେ ଆସିବାକୁ ପଡିଥିଲା ଏବଂ ମୁଁ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପ୍ରଶିକ୍ଷଣରେ ମୋର ଅନୁଭୁତିକୁ ସେମାନଙ୍କ ସହ ବାଣ୍ଟିବାର ସୁଯୋଗ ପାଇଥିଲି। ତେଣୁ ଆଜିର ଶିକ୍ଷଣୀୟ କାର୍ଯ୍ୟକ୍ରମ ମୋତେ ବହୁତ ଆନନ୍ଦିତ କରିଛି।

More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ