ସମ୍ବଲପୁର: ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି ଉପୁଜି ନାହିଁ । ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ରବିବାର ସକାଳ ସୁଦ୍ଧା ବୈତରଣୀ, ବୁଢ଼ାବଳଙ୍ଗ ଅପ୍ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ବିପଦ ସଂକେତ ତଳେ ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ହୀରାକୁଦରେ ୬ଟି ଗେଟ ଖୋଲା ଥିଲା । ମହାନଦୀର ଉପର ମୁଣ୍ଡରେ ବର୍ଷା ହୋଇଛି। ଫଳରେ ଅଧିକ ଜଳ ଡ୍ୟାମ୍କୁ ପଶୁଛି। ତେଣୁ ଆହୁରି ୮ଟି ଗେଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ