June 27, 2025

Utkal Sambad

ହର୍ ଘର୍ ତ୍ରିରଙ୍ଗା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ପାଳନ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଛି । ଏହି ସମୟରେ ଶୁଭାରମ୍ଭ ହୋଇଛି ହର୍ ଘର୍ ତ୍ରିରଙ୍ଗା ଅଭିଯାନ । ସେଥିପାଇଁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ମନ୍ତ୍ରୀ କାନଭାସରେ ନିଜର ଓଡ଼ିଆରେ ଦସ୍ତଖତ କରିଥିଲେ । ପରେ ସମସ୍ତେ ଆମର ଜାତୀୟ ପତାକା ତ୍ରିରଙ୍ଗାକୁ ଉଡ଼ାଇଥିଲେ । ସମସ୍ତଙ୍କୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।