ଭୁବନେଶ୍ୱର:୨୦୧୯-୨୦ ମସିହାରୁ ରାଜ୍ୟ ସରକାର ଆରମ୍ଭ କରିଥିବା ହରିଶ୍ଚନ୍ଦ୍ର ଯୋଜନାରେ ଗ୍ରାମାଞ୍ଚଳରେ ୨ ହଜାର ଟଙ୍କା ଓ ସହରାଞ୍ଚଳରେ ମୃତକଙ୍କ ପରିବାରକୁ ୩ ହଜାର ଟଙ୍କା ଦିଆଯାଉଛି । ତେବେ ଏହି ଯୋଜନାରେ ସରକାର ସହାୟତା ରାଶି ବୃଦ୍ଧି କରିବେ କି ନାହିଁ ବିଧାନସଭାରେ ସୂଚନା ଦେଇଛନ୍ତି।ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ପରିବାରର ସଦସ୍ୟମାନଙ୍କର ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୧୮୧ କୋଟି ୮୪ ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି। ବିଧାନସଭାରେ ଉତ୍ତର ରଖି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶିରେ ପୁର୍ନବାର ବୃଦ୍ଧି ନେଇ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା