March 17, 2026

Utkal Sambad

ସ୍ୱାଭିମାନ ଫାଉଣ୍ଡେସନ ଦ୍ୱାରା ପଠାଣି ସାମନ୍ତ ମେଧା ସମ୍ମାନ – ୨୦୨୪

ଖଣ୍ଡପଡା:ସ୍ୱାଭିମାନ ଫାଉଣ୍ଡେସନ ଦ୍ୱାରା ଖଣ୍ଡପଡ଼ା ସ୍ଥିତ ଶୁଭ ମଣ୍ଡପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତମ ପ୍ରଦର୍ଶନ କରିଥିବା ଖଣ୍ଡପଡ଼ା ଓ ଭାପୁର ବ୍ଲକର ଛାତ୍ରଛାତ୍ରୀଙ୍କୁ “ପଠାଣି ସାମନ୍ତ ମେଧା ସମ୍ମାନ – ୨୦୨୪” କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଡ଼ଭୋକେଟ ମାଧବ ମିଶ୍ର, ମୁଖ୍ୟ ବକ୍ତା ଭାବେ ଶିଖରପୁର ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଲଳିତା ଦାଶ, ସମ୍ମାନିତ ଅତିଥି ଭାବେ ଗେଡିଆପଲ୍ଲୀ ପଂଚାୟତର ସରପଞ୍ଚ ଅର୍ଜୁନ ବେହେରା, ଯୁବ ଉଦ୍ୟୋଗୀ ତଥା ସମାଜସେବୀ ବାପିନା ସାହୁ, ଯୁବ ସମ୍ବାଦିକ ଜନ୍ମେଞ୍ଜୟ ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।