March 18, 2026

Utkal Sambad

ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ଅବସରରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲେ ଓଡିଶାର ରିଲାଏନ୍ସଜିଓ କର୍ମଚାରୀ

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ୩୦ ରୁ ଅଧିକ ସହରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛତା ସଚେତନତା ଅଭିଯାନକୁ ଆଗକୁ ବଢ଼ାଇଛନ୍ତି ରିଲାଏନ୍ସ ଜିଓ କର୍ମଚାରୀ। ମଙ୍ଗଳବାର ସକାଳରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର ୩୦ ରୁ ଅଧିକ ସହରରେ ସ୍ୱତନ୍ତ୍ର ସ୍ୱଚ୍ଛତା ଡ୍ରାଇଭ ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜନ କରାଯାଇଥିଲା। ସାରା ଓଡିଶାର ୬୦୦ ରୁ ଅଧିକ ଜିଓ କର୍ମଚାରୀ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ତଥା ସମାଜରେ ସ୍ୱଚ୍ଛତା ଏବଂ ସଠିକ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।

ପ୍ରମୁଖ ସର୍ବସାଧାରଣ ସ୍ଥାନଗୁଡିକରେ ସ୍ୱଚ୍ଛତା ଡ୍ରାଇଭ ଜରିଆରେ ଜିଓ କର୍ମଚାରୀମାନେ ସଫେଇ ଅଭିଯାନ ସହିତ ସ୍ୱଚ୍ଛତା, ସଠିକ୍ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ସମୁଦାୟ ସହିତ ସାମିଲ ହୋଇ ସର୍ବସାଧାରଣ ସ୍ଥାନଗୁଡିକୁ ସ୍ୱଚ୍ଛ ଓ ସୁନ୍ଦର କରିବାର ଏହି ଉଦ୍ୟମର ଉଦ୍ଦେଶ୍ୟ ଥିଲା ନାଗରିକମାନଙ୍କୁ ସ୍ୱଚ୍ଛତା ପ୍ରତି ରହିଥିବା ସେମାନଙ୍କର ଦାୟିତ୍ୱ ନେଇ ସଚେତନ କରିବା ଏବଂ ଏକ ସ୍ୱଚ୍ଛ ଓଡିଶା ଦିଗରେ ସହଯୋଗ କରିବାକୁ ପ୍ରେରଣା ଯୋଗାଇବା।