ଗଣିଆ: (ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଗଣ ପର୍ବ ତଥା ପୁରାଣ ବର୍ଣିତ ମଣିଭଦ୍ରା ପାଦଦେଶ ରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମା କଳାପାଟ ଙ୍କ ଦର୍ଶନ ସାରି ପଞ୍ଚକୁଣ୍ଡିୟ ମହାଯଜ୍ଞ ରେ ଯୋଗଦାନ କରି ପ୍ରସାଦ ସେବନ, ପ୍ରବଚନ କାର୍ଯ୍ୟକ୍ରମ ଓ ମିନାବଜାର ରେ ବେଶ ଉପଭୋଗ କରିଥାନ୍ତି l ଏଠାରେ ଅନେକ ସେବାକାରୀ ମଧ୍ୟରେ ବିଭିନ୍ନ ସେବା ସାଧୁ ସମିଳନୀ, ସଂକୀର୍ତନ ସେବା, ଆଦି କାର୍ଯ୍ୟକ୍ରମ ଚାରି ଦିନ ଧରି ବ୍ୟାପକ ଭାବେ ଚାଲିଥାଏ l ମାତ୍ର ସ୍ବେଛାସେବୀ ସଂଗଠନ ଜାତୀୟ ଗ୍ରାମୀଣ ଵିକାଶ ପରିଷଦ, ଛାମୁଣ୍ଡିଆ ଓ ମା ମଙ୍ଗଳା ୟୁଥ କ୍ଲବ, କାଦୁଆ ପକ୍ଷରୁ ସ୍ୱଛତା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଚାଲୁ ରହିଅଛି l ଏହି ଅନୁଷ୍ଠାନ ପକ୍ଷରୁ 40 ଜଣ ସ୍ବେଛାସେବୀ ସାମିଲ ହୋଇ ଆଜକୁ ଦୀର୍ଘ ଆଠ ବର୍ଷ ହେଲା ନିରଙ୍କୁଶ ଭାବେ ସ୍ୱଛତା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି ଓଁ ମା ସତ୍ୟ ଶାନ୍ତି ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ପୁରସ୍କୃତ ହୋଇଅଛି l ଚାରିଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ମାନେ ସକାଳୁ ବିଭିନ୍ନ ଅଇଁଠା ଖଲି ପତ୍ର, ଜରି, ଅଳିଆ ଆବର୍ଜନା କୁ ସଫା କରିବାସହିତ ବ୍ଲିଚିଙ୍ଗପକାଇ ସେବା କାର୍ଯ୍ୟ କରିଥାନ୍ତି l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା