ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିନିଧି ଯୋଗଦେଇ ରାଜ୍ୟ ସରକାର ନୂତନ ଭାବେ ଘୋଷଣା କରିଥିବା ସୁଭଦ୍ରା ଯୋଜନାରେ ଟ୍ରାନ୍ସଓମେନ/କିନ୍ନରମାନଙ୍କୁ ସାମିଲ କରିନଥିବାରୁ କ୍ଷଭୋ ପ୍ରକାଶ କରିଥିଲେ । ଅଲ ଓଡ଼ିଶା କିନ୍ନର ଓ ଟ୍ରାନ୍ସଜେଶର ଆସୋସିଏସନ ତରଫରୁ ସ୍ଥାନୀୟ-ଲୋହିଆ ଏକାଡେମୀ, ଭୁବନେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରକ୍ତ ସମ୍ମିଳନୀରେ ଚଳିତ ବର୍ଷ ରାଜ୍ୟ ସରକାର ବଜେଟ ପାଇଁ ବିଭିନ୍ନ ସଂଗଠନ ଓ ସର୍ବସାଧାରଣଙ୍କ ଠାରୁ ପ୍ରସ୍ଥାବ ମାଗିଥିଲେ, ଏହିପରିପ୍ରେକ୍ଷୀରେ ଟ୍ରାନ୍ସଜେଣ୍ଡର ଆସୋସିଏସନ ତରଫରୁ ମଧ୍ୟ ବଜେଟ ପ୍ରସ୍ଥାବ ଦିଆଯାଇଥିଲା ହେଲେ ସରକାର ଟ୍ରାନ୍ସକେଣ୍ଡରମାନଙ୍କର କୌଣସି ପ୍ରସ୍ଥାବକୁ ଚଳିତ ବଜେଟ ରେ ସ୍ଥାନ ଦେଇନାହାନ୍ତି । AKOTA ସଂଗଠନ ତରଫରୁ କିଛି ନ୍ୟାୟୋଚିତ ଦାବି ସରକାରଙ୍କ ନିକଟରେ ରଖୁଛନ୍ତି ; ମହିଳାମାନଙ୍କ ଭଳି ଟ୍ରାନ୍ସଓମେନ ମାନଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଭୁକ୍ତ ସହିତ ନୂତନ ଭାବେ ବର୍ଷିତ ଭରା ଯୋଜନାରେ ଟ୍ରାଜେଶର କମ୍ୟୁନିଟିକୁ ସାମିଲ କରନ୍ତୁ । ପୂର୍ବ ସରକାର ସମୟରେ ଚାଲୁଥିବା ଯୋଜନା ଗୁଡିକୁ ଆଗକୁ ନେବା ସହିତ ଅଧିକରୁ ଅଧିକ LGBTIQ ସମୁଦାୟକୁ ଅନ୍ତର୍ଭୁକ୍ତ କରିବା, ଟ୍ରାନ୍ସଳେଣ୍ଡର କମ୍ୟୁନିଟିର ସାମଗ୍ରିକ ବିକାଶ ପାଇଁ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରର ବିଭିନ୍ନ ସରକାରୀ କମିଟିରେ ଟ୍ରାନ୍ସଜେଣ୍ଡର ଗୋଷ୍ଠୀର ପ୍ରତିନିର୍ଦ୍ଧ୍ୱ, ଅନ୍ୟ ରାଜ୍ୟମାନଙ୍କ ଭଳି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ LGBTIQ ଙ୍କ ପାଇଁ ସରଂକ୍ଷଣ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜମି ପଟ୍ଟା (RoR) ସହିତ ସ୍ଥାୟୀ ବାସଗୃହ ବ୍ୟବସ୍ଥା, ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଟ୍ରାନ୍ସଜେଣ୍ଡରମାନଙ୍କ ରହଣି ନିମନ୍ତେ ‘ସ୍ବୀକୃତି ଭବନ’ ନିର୍ମାଣ ଏବଂ ‘ଓଡ଼ିଶା ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରାଯାଇ ଅବହେଳିତ ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ଆବଶ୍ୟକ ସ୍ଥାୟୀ ବିକାଶ, ଜୀବିକା, ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମେଘନା ସାହୁ, ସାଧନା ମିଶ୍ର, କାଜଲ ସାହୁ, କଟକ, ସୌମ୍ୟା ଦାସ, ଭଦ୍ରକ, କାଜଲ ନାୟକ, ଯାଜପୁର, ଇତିଶ୍ରୀ ମାଝି, ବାଲେଶ୍ଵର, ପୂଜା ପୃଷ୍ଟି, ଦେବଲୀନା ସାସମଲ, ଭୁବନେଶ୍ବର, ମନିଶା ସାହୁ, ମୟୂରଭଞ୍ଜ, ସୀମା, ମିଠି ସାହୁ, ନିହାରିକା,କଟକ, ରାକ୍ଷୀଶ୍ରୀ, ଅଲିଶା, କେନ୍ଦ୍ରାପଡ଼ା, ରାଧା ସ୍ବାଇଁ, ଜଗତସିଂହପୁର, ରାଣୀ କିନ୍ନର, ମହାମାୟା ମା’, ଦେବଗତ ଓ ଲିଳା କିନ୍ନର ପ୍ରମୁଖ ବିଭିନ୍ନ ଜିଲ୍ଲାର ପ୍ରତିନିଧ ଯୋଗଦେଇଥିଲେ
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା