March 18, 2026

Utkal Sambad

ସୁବର୍ଣ୍ଣ ଜୟନ୍ତୀ ବିଶ୍ୱ ଶାନ୍ତି ମହାଯଜ୍ଞର ପ୍ରସ୍ତୁତି

ଗଣିଆ – (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଇନ୍ଦିପଟା ଗ୍ରାମ ରେ ବାବା ବିଶ୍ଵନାଥ ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ବିଶ୍ୱ ଶାନ୍ତି ମହଯଜ୍ଞ, ଯଥା ନାମ ଯଜ୍ଞ, ଘୃତଯଜ୍ଞ, ସାଧୁ ଯଜ୍ଞ ଓ ଅର୍ନ୍ନ ଯଜ୍ଞ ଆଦି ପାଳନ କରାଯିବା ପାଇଁ ପ୍ରସ୍ତୁତି ବୈଠକ କରାଯାଉଥିଲା। ବିଶ୍ଵଶାନ୍ତି ପାଇଁ ଇନ୍ଦିପଟା ଗ୍ରାମବାସୀ ପ୍ରତେକ ବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ରେ ଏହି ଯଜ୍ଞ କରାଯାଇଥାଏ । ଏହି ଯଜ୍ଞ ସମ୍ପୂର୍ଣ ଚାରି ଦିନ ଧରି ହେବ। ଏଥିରେ ପ୍ରତ୍ୟେକ ଦିନ ରୁଦ୍ରାଭିସେଖ ଓ ସପ୍ତଶତୀଚଣ୍ଡୀ ପାଠ, ଅଷ୍ଟ ପ୍ରହର ନାମଯଜ୍ଞ କୁ ବିଭିନ୍ନ ଗ୍ରାମରୁ ସଙ୍କୀର୍ତ୍ତନ ଦଳ, ଯଜ୍ଞରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ସମାଗମ ଆଖି ଆଗରେ ରଖି ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଆଦି କରାଯିବା ପାଇଁ ସ୍ଥିର କରାଯାଇଥିଲା। ଏହି ଯଜ୍ଞରେ ରେ କର୍ତ୍ତା ପର୍ଶୁରାମ ପାଣିଗ୍ରାହୀଓ ପତ୍ନୀ ଶୈଳବାଳା ପାଣଗ୍ରାହୀ, ସlତମୌଜାର ଉପସ୍ଥିତ ସମସ୍ତ ସଭାପତି, ଆଞ୍ଚଳିକ ସାମ୍ୱାଦିକ ସଂଘ ତଥା ଗ୍ରାମ ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ଗ୍ରାମ ସଂପାଦକ ନିରଞ୍ଜନ ବାରିକ, କମିଟି ସଦସ୍ୟ ଶ୍ରୀନିବାସ ପାଣିଗ୍ରାହୀ, ପ୍ପ୍ରହଲ୍ଲାଦ ପାଣିଗ୍ରାହୀ, ପାଣ୍ଡବ ରଣା, ମିଲୁ ପଣ୍ଡା , ମଣି ବରିକ, ପ୍ରତାପ ପାଣଗ୍ରାହୀ, ନାରାୟଣ ପାଣିଗ୍ରାହି ଓ ମନ୍ଦର ବେହେରl ଙ୍କ ସହିତ ଗ୍ରାମବାସୀ ମାନେ ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ l