ଭୁବନେଶ୍ୱର : ରାଜଧାନୀରୁ ସିମ ବକ୍ସ ଜବତ ହେବା ଘଟଣାରେ ଡିସିପି ପ୍ରତୀକ ସିଂହ ରବିବାରର ପ୍ରେସମିଟ କରିଛନ୍ତି। ସେ କହିଛନ୍ତି, କଟକରେ ସିମ୍ ବକ୍ସ ସେଟ୍ ଅପ ଥିଲା। ଅଭିଯୁକ୍ତ ରାଜୁ ମଣ୍ଡଳ ତଥ୍ୟ ଆଧାରରେ ସବୁଠି ଚଢ଼ାଉ ଚାଲିଛି। ଆବଶ୍ୟକ ହେଲେ ସାଇଣ୍ଟିଫିକ ଟିମ୍ର ଆବଶ୍ୟକ ନିଆଯିବ। ପୂରା ସିଣ୍ଡିକେଟ ଗୁମର ଖୋଲାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। କୋଲକାତା ପୋଲିସ ସାହାଯ୍ୟରେ ରାଜୁ ମଣ୍ଡଳର ପରିବାରକୁ ପଚରାଉଚରା ଚାଲିଛି। ତଦନ୍ତ ଚାଲିଛି, ସମୟ ଅନୁସାରେ ସବୁ ଏଜେନ୍ସିଙ୍କ ସହାୟତା ନିଆଯିବ। ହୱାଲା ଜରିଆରେ ବାଂଲାଦେଶରୁ ଭୁବନେଶ୍ବରକୁ ଟଙ୍କା ଆସୁଥିଲା। ବାଂଲାଦେଶ ସାମୀରେ ଥିବା କିଛି ଦୋକାନରେ ହୱାଲା ଚାଲୁଥିଲା। ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ବରରେ ସେଟ ଅପ କରୁଥିଲେ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ