ଗଣିଆ,-(ମନୋରଞ୍ଜନ ମଳିକ)- ନୟାଗଡ ଜ଼ିଲ୍ଲା ଗଣିଆ ବ୍ଳକ ଅନ୍ତର୍ଗତ କିଶୋରପ୍ରସାଦ ପଂଚାୟତର ପାଣ୍ଡରାସିଂହା ଗ୍ରାମରେ ସାଙ୍ଗକୁ ସାଙ୍ଗ ଛୁରୀ ଭୁଷି ହତ୍ୟା କରିଥିବା ଘଟଣାରେ ସୋମବାର ଦିନ ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ରାଉତଙ୍କ ସମେତ ଘରେ ଲୁଚାଇରଖିଥିବା ଅଭିଯୋଗରେ ଭାଉଜ ଓ ପୁତୁରା ଓ ଗଙ୍ଗାଧରର ନାଵାଳକ ପୁଅ ହତ୍ୟା କରିଥିବା ଛୁରୀକୁ ନିଜ ଘରବାରି ପଛପଟୁ ନେଇ କୂଅରେ ପକାଇବା ଘଟଣାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ସୂଚନା ଥାଉକି ପାଣ୍ଡରାସିଂହାଗ୍ରାମରେ ଦୁଇ ସାଙ୍ଗ ମଧ୍ୟରେ ମଦ ପିଇବା ପରେ ଯୁକ୍ତି ତର୍କ ହୋଇଥିଲା । ପରେ ରାଗିଯାଇ ଗଙ୍ଗାଧର ରାଉତ ସାଙ୍ଗ ପୁରୁଷୋତମ ପ୍ରଧାନକୁ ଏକ ଛୁରୀ ମାଧ୍ୟମରେ ଛାତିକୁ ଭୁଷି ଦେଇ ନିଜ ବଡ଼ଭାଇଙ୍କ ଘରେ ଲୁଚି ରହିଥିଲା । ଛୁରୀଟିକୁ ନିଜ ବଡ଼ଭାଇଙ୍କ ବାଡ଼ିରେ ଫିଙ୍ଗି ଦେଇଥିଲେ । ପରେ ଅଭିଯୁକ୍ତର ପୁତୁରା ଛୁରୀଟିକୁ ତାଙ୍କ ବାସନମଜା ସ୍ଥାନକୁ ଫିଙ୍ଗି ଦେଇଥିଲେ । ପରେ ଅଭିଯୁକ୍ତର ନାବଳକ ପୁଅ ଛୁରୀଟିକୁ ନେଇ ଗାଁଠାରୁ ୫୦୦ମିଟର ଦୁରରେ ଥିବା ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀ ବିଜୟନନ୍ଦ ପରିଡାଙ୍କ ନେତୃତ୍ୱରେ ତାଙ୍କର କର୍ମଚାରୀ ମାନେ କୂଅରୁ ପାଣି ଶୁଖେଇଲା ପରେ ଛୁରୀଟିକୁ ବାହାର କରିଥିଲେ । ଏହି ଘଟଣାରେ ଅଭିଯୁକ୍ତର ଭାଉଜ ନିବାସୀ ରାଉତ, ପୁତୁରା ଶୁଭମ ରାଉତ ଓ ନାବାଳକ ପୁଅକୁ ଗଣିଆ ଥାନାକୁ ଆଣି ଅଧିକ ପଚରା ଉଚୁରା କରିବା ପରେ ୪ ଜଣଙ୍କୁ ଡାକ୍ତରୀ ମଇନା କରାଯାଇଥିଲା । ପରେ ୮୧/୨୫ରେ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା କହିଛନ୍ତି ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା