ଗଣିଆ -(ମନୋରଞ୍ଜନ ମଳିକ )-ବାଘମାରୀ ଠାରୁ ଭାୟା ଗଣିଆ ଦଶପଲ୍ଲା ପଯ୍ୟନ୍ତ ଦିର୍ଘ ୬୫ ରୁ ୭୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୬ କୋଟି ୬ ଲକ୍ଷ ୬୭ ହଜାର ଟଙ୍କା ମଞ୍ଜୁର କରିଛନ୍ତି l ଶନିବାର ଦିନ ପୂର୍ବାହ୍ନ ସମୟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗଣିଆ ପଞ୍ଚାୟତ ଅଫିସ୍ ନିକଟରେ ମଞ୍ଜୁର ହେଇଥିବା ନୂତନ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ତାଙ୍କୁ ଗଣିଆ ତଳବଜାର ଠାରୁ ବାଜା ବାଣ ଫୁଟାଇ ଭାରତୀୟ ଜନତା ପାର୍ଟି ତରଫରୁ ଭବ୍ୟ ସ୍ୱାଗତ କରାଯାଇ ଶତାଧିକ ବିଜେପି କର୍ମୀ ସ୍ଲୋଗାନ ଦେଇ ସାଂସଦଙ୍କୁ ଗଣିଆ ପଂଚାୟତ କାଯ୍ୟଳୟ ଠାରେ ଥିବା ଫଳକ ସ୍ଥାନକୁ ଏକ ପାଟୁଆରରେ ପାଛୋଟି ଆଣିଥିଲେ । ସାଂସଦଙ୍କ ବ୍ଲକ ପ୍ରତିନିଧି ଶରତ କୁମାର କର, ବିଜେପି ଗଣିଆ ମଣ୍ଡଳ ସଭାପତି ମହାବୀର ମିଶ୍ର, ନୟାଗଡ଼ ଜିଲ୍ଲା ଉପ ସଭାପତି ଚନ୍ଦ୍ରଶେଖର ଦାସ, ପୂର୍ବତନ ବିଜେପି ଗଣିଆ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୂଷଣ ପଣ୍ଡା , ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଛାମୁଣ୍ଡିଆ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମଲ, କରଡ଼ାପଡା ସରପଞ୍ଚ ପ୍ରତିନିଧି ସମୀର କୁମାର ସାହୁ, ଆଡକଟା ସରପଞ୍ଚଙ୍କ ପ୍ରତିନିଧି କାଳନ୍ଦୀ ବାରିକି, ବରିଷ୍ଠ ବିଜେପି ନେତା ଶୁଭ୍ରଜିତ ପଣ୍ଡା, ଦୁଃଖିରାମ ଗଡ଼ନାୟକ, ବାଉରୀବନ୍ଧୁ ରାଉତ, ଚିତ୍ତରଞ୍ଜନ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ସାଂସଦଙ୍କ ପ୍ରଚେଷ୍ଟlରେ ଦୀର୍ଘଦିନର ସ୍ଵପ୍ନ ସାକାର ହୋଇଥିବାରୁ ଅଞ୍ଚଳବାସୀ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇଥିଲେ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ