March 17, 2026

Utkal Sambad

ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅମଲା ସଙ୍ଘ ତରଫରୁ ଗଣିଆ ତହସିଲ ଅଫିସ ଆଗରେ ଛଅ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି ବୋଲି ଜଣାପଡିଛି, ଖବର ଅନୁସାରେ ଆଜକୁ ଛଅ ଦିନ ହେଲା କାର୍ଯ୍ୟବନ୍ଦ ଯୋଗୁ ତହସିଲ ଓ ବ୍ଲକ ରେ କୌଣସି କାର୍ଯ୍ୟ ହୋଇ ପାରୁନାହିଁ, ଛାତ୍ରଛାତ୍ରୀ ମାନେ ଗଣିଆ ତହସିଲ ଅଫିସ କୁ ବାରମ୍ବାର ଆସୁଥିଲେ ମଧ୍ୟ କୌଣସି ପ୍ରକାର ସାଟିଫିକେଟ ହୋଇ ପାରୁନାହିଁ, ଯାହା ଫଳରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ ସରକାରୀ ଚାକେରି ରୁ ବଂଚିତ ହେଉଛନ୍ତି, ସେହି ପରି ବ୍ଲକ ଅଫିସ ରେ ଲୋକ ମାନେ ବିଭିନ୍ନ ପ୍ରକାର କାର୍ଯ୍ୟ ଓ ଇନ୍ଦିରା ଆବାସ ଘର ର ବିଲି ପାଇଁ ଆସୁଥିଲେ ମଧ୍ୟ ବହୁତ ଅସୁବିଧା ରେ ଘରକୁ ଫେରୁଛନ୍ତି, ଗରିବ ନିରୀହ ଲୋକ ମାନେ ବାରମ୍ବାର ଆସି ଅଯଥା ଖର୍ଚ୍ଚାନ୍ତ ହୋଇ ମନ ଦୁଃଖରେ ଯାଉଛନ୍ତି, ରାଜ୍ୟ ସରକାର ଅମଲା ସଙ୍ଘ ଦାବୀ ଶୀଘ୍ର ଶୁଣତୁ ବୋଲି ଜନସାଧାରଣ ମାନେ ଦାବୀ କରିଛନ୍ତି, ରାଜ୍ୟ ସରକାର ଅମଲା ସଙ୍ଘ ମାନଙ୍କର କେବେ ଦାବୀ ଶୁଣୁଛି ତାହା ଦେଖିବାକୁ ବାକି ରହିଲା,