ଶ୍ରାବଣ ମାସର ଚତୁର୍ଥ ସୋମବାର । ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ। ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ସମାଗମ । ସେହିପରି ବାବା ଧବଳେଶ୍ବର, ଭଦ୍ରକ ଆଖଣ୍ତଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁ ବାବା, ପୁରୀର ଲୋକନାଥ ବାବା, ଗୁପ୍ତେଶ୍ବର ମନ୍ଦିର ଜଗତସିଂହପୁରର ଗୋରଖନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି। ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ଶ୍ରାବଣ ମାସ ସୋମବାର ପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳୁଛି । ଭୋର ୩ ଟାରୁ ଦ୍ବାର ଫିଟା ଯାଇ ପୂଜର୍ଚ୍ଚନା ଆରମ୍ଭ ହୋଇଥିଲା। ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
More Stories
କରଜରୁ ମୁକ୍ତି: ମଙ୍ଗଳବାରରେ ହନୁମାନଙ୍କୁ ସ୍ମରଣ କରନ୍ତୁ
ଚାଣକ୍ୟ ନୀତି: ୫ କଥାରେ ଦୂର ହେବ ବଡ଼ ସମସ୍ୟା
ଶ୍ରାବଣ ସୋମବାରରେ ମହାଦେବ ପୂଜା, ଜାଣନ୍ତୁ ପୂଜାବିଧି