ଗଣିଆ: (ମନୋରଞ୍ଜନ ମଳିକ ) :ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇ ଯାଇଛି I ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଣିଆ ଥାନା ଭାରପ୍ରାପ୍ତ ଅଧିକାରୀ ଲକ୍ଷଣ ଦଣ୍ଡସେନ ଯୋଗ ଦେଇ ଥିବା ବିଦ୍ୟାଳୟର ସମ୍ପାଦକ ବସନ୍ତ କୁମାର ସାହୁ, ପ୍ରଧାନ ଆଚାଯ୍ୟ ନିରଞ୍ଜନ ମହାପାତ୍ର, ପରିଚାଳନା କମିଟିର ସମସ୍ତ କର୍ମକର୍ତା ଓ ଗୁରୁଜୀ ଗୁରୁମା, ଶିଶୁ ଭାଈ ଓ ଭଉଣୀ ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି କହିଥିଲେ ଭଉଣୀ ଭାଈ ହାତରେ ରକ୍ଷୀ ବାନ୍ଧିଲେ ଭଉଣୀ ର ଭାଈ ରକ୍ଷା କବଚ ହୋଇ ପାରିବ, ନିଶା ନିବାରଣ ଉପରେ ଲୋକ ମାନଙ୍କୁ ସଚେତନ କରିବା ସହିତ ଶିଶୁ ମନ୍ଦିରର କୁନି କୁନି ପିଲାମାନଙ୍କୁ କିପରି ପରିବେଶକୁ ପଦୂଷଣରୁ ମୁକ୍ତ କରିବା, ଗଛ ଲଗାଇ ଅମ୍ଳଜାନ କିପରି ସଠିକ ଭାବରେ ପାଇଁ ପାରିବା ଶିକ୍ଷା ଦେଇଥିଲେ I
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ