ପୁରୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସଏସ)ର ସରସଂଘଚାଳକ ଡ. ମୋହନ ଭାଗବତ ଶୁକ୍ରବାର ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଗୁରୁବାର ସେ ଭୁବନେଶ୍ୱରରେ ରହଥିଲେ । ଶୁକ୍ରବାର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ପରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସୱତୀଙ୍କୁ ମଧ୍ୟ ସେ ସାକ୍ଷାତ କରିଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖ ଦୁଇ ଦିନଧରି ପୁରୀରେ ଅନୁଷ୍ଠିତ ହେଉଥିବା ଅଖିଳ ଭାରତୀୟ ପ୍ରାନ୍ତ ସେବାପ୍ରମୁଖମାନଙ୍କର ବୈଠକରେ ସେ ଯୋଗଦେବେ । ଓଡ଼ିଶା ଗସ୍ତ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା