ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଅଦିନିଆ ବର୍ଷା ହେବାରୁ ଧାନ ଜମିରେ ପାଣି ଜମି ରହି ଧାନ ଫସଲ ନଷ୍ଟ ହୋଇଯାଇଛି, ଯାହା ଫଳରେ ଗଣିଆ ବ୍ଲକ ରେ ଚାଷୀ ମାନଙ୍କ ଆର୍ଥିକ ଅବସ୍ଥା ଶୋଚଳ ନଥିବାରୁ କୃଷି ଋଣ, ଧାର କରଜ କରିବା ସହିତ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଧାନ ଚାଷ କରିଥିଲେ, ଧାନ ଅମଳ କରି ଧାରକରଜ ଶୁଝିବା କଥା କିନ୍ତ ଅଦିନିଆ ବର୍ଷା ଦାଉ ସାଜିଲା, ବର୍ତମାନ ବିଲ ରେ ଧାନ କଟା ହୋଇ ପଡ଼ିଥିବା ବେଳେ ଗଣିଆ ରେ ଧାନ ମଣ୍ଡି ଖୋଲି ନ ଥିବାରୁ ଚଷୀ ଖଳା ରେ ଧାନ ଗୁଡିକ ଘୋଡାଇ ରଖିଛି, ଚାଷୀ ମାନଙ୍କ ସ୍ୱପ୍ନ ଧୂଳିସାତ ହେବା ସହ କିଭଳି ଋଣ ଓ କରଜ ଟଙ୍କା ସୁଜିବ, ରାତିରେ ନିଦ ହେଉନି, ଯାହା ଫଳରେ ଚାଷୀ ର ମେରୁଦଣ୍ଡ ଭାଙ୍ଗି ପଡିଛି, ଏଭଳି ସମସ୍ୟା ଦେଇ ଗତି କରୁଥିବା ଚଷୀ ଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ କୃଷି ଋଣ ଛାଡ଼ କରିବା ପାଇ ଚଷୀ ମାନେ ଦାବୀ କରିଛନ୍ତି, ଯଦି ରାଜ୍ୟ ସରକାର ଚଷୀ ମାନଙ୍କ ସମସ୍ୟା ପ୍ରତି କିଛି ପଦକ୍ଷେପ ନ ନିଅନ୍ତି କେବେ ଆଗାମୀ ଦିନ ରେ ଚଷୀ ଧାନ ଚାଷ ଛାଡି ଦେବ, ଏପରିକି ଧାନ ଚାଷ ପ୍ରତି ବିମୁଖ ହୋଇ ପଡିବେ ବୋଲି ବୁଦ୍ଧି ଯିବି ମହଲରେ ପ୍ରକାଶ ପାଉଛି ବୋଲି ଜଣାପଡିଛି |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ