ଗଣିଆ (ମନୋଜ ମଳିକ) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସୋମବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ କୋଟି କୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ କରି ଗାଇଡ ଲାଇନ୍ ଅନୁସାରେ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇ ଏବେ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଭାରତ ବର୍ଷରେ କୌଣସି ଗୋଟିଏ ପରିବାର ଆଉ ଝାଟି ମାଟି ଘରେ ନ ରହି କେମିତି ପକ୍କା ଘର ଖଣ୍ଡିଏ ତୋଳି ମୁଣ୍ଡଗୁଞ୍ଜି ରହିପାରିବେ ସେଥିପାଇଁ ଡବଲ ଇଞ୍ଜିନ ସରକାର ଅଣ୍ଟା ଭିଡିଛନ୍ତି । ତେଣୁ ଓଡ଼ିଶାର ସମସ୍ତ ବ୍ଲକର ପଞ୍ଚାୟତରେ ଗ୍ରିଭାନ୍ସ ମାଧ୍ୟମରେ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାପାଇଁ ନିଜ ନିଜର ଡକ୍ୟୁମେଣ୍ଟସ୍ ସହିତ ଏକ ଦରଖାସ୍ତ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ଖଣ୍ଡପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଙ୍କୁର ଅଭିଲାସ ସମସ୍ତ ହିତାଧିକାରୀ ଚୟନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତରେ ପ୍ରତି ଷୋମବାର ଦିନ ଗ୍ରିଭାନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ହିତାଧି ମାନଙ୍କୁ ସାମିଲ କରିବା ପାଇଁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଢୋଲମରା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତ୍ରିନାଥ ପରିଡ଼ା ମତ ଦେଇଛନ୍ତି। ଗତ ତା 28.11.2024 ରିଖ ପ୍ରଥମ ସୋମବାର ଦିନ ମାତ୍ର ଦୁଇ ଜଣ ଆବେଦନ କରିଥିବା ବେଳେ ତା 04.11.2024 ରିଖ ଦ୍ୱିତୀୟ ସୋମବାର ଦିନ 150 ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିବାର ସୂଚନା ମିଳିଛି ।ଉକ୍ତ ଜନ ଅଭିଯୋଗ ଦିବସଟି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମୁକୁତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ , ସରପଞ୍ଚଙ୍କ ପ୍ରତିନିଧି ବିପିନ କୁମାର ପରିଡ଼ା , ନାଏବ୍ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ନାୟକ , ୱାର୍ଡ ସଭ୍ୟ ପିତେଇ ନାଏକ, ପ୍ରତାପ ନାଏକ ଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିନାଥ ପରିଡ଼ା ମହୋଦୟ କାର୍ଯ୍ୟ ପରିଚାଳନା କରିଥିଲେ । ଶାନ୍ତିଶୃଙ୍ଖଳାର ସହିତ ଆବେଦନ ପ୍ରକ୍ରିୟା ଶେଷ ହୋଇଛି ବୋଲି ଭି ଏଲ୍ ଡବୁଲ୍ ପରିଡ଼ା ମହାଶୟ ସୂଚନା ଦେଇଛନ୍ତି ।ଆଉ କେବଳ ଦେଖିବାକୁ ବାକି ରହିଲା ଡବଲ୍ ଇଞ୍ଜିନ ସରକାର କେବେ ହିତାଧିକାରୀଙ୍କ ଆଶା ପୂରଣ କରିବାରେ ସକ୍ଷମ ହେଉଛନ୍ତି ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା