ଭୁବନେଶ୍ୱର: ବିଶ୍ବ ତମାଖୁ ବିରୋଧୀ ଦିବସ ଅବସରରେ ରୋଟାରୀ ଜିଲ୍ଲା ଥ୍ରୀ ଟୁ ସିକ୍ସ ଟୁ ଆନୁକୂଲ୍ୟରେ ସ୍ଥାନୀୟ ଲୟଲା ସ୍କୁଲ ନିକଟରେ ଏକ ସାଇକେଲ ରାଲି (ଦୌଡ)କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ପ୍ରାୟ ୩00 ରୁ ଉର୍ଦ୍ଧ ସାଇକେଲ ଚାଳକ ଏଥିରେ ଭାଗ ନେଇଥିଲେ l ଏହି ରାଲିର ମୁଖ୍ୟ ଉଦ୍ୟସ ଥିଲା ଜନସାଧାରଣ ବିଶେଷ କରି ଯୁବବର୍ଗଙ୍କୁ ତମାଖୁ ସେବନର ଅପକାରିତା ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ସଚେତନ କରାଇବା ସହିତ ଏହି ବର୍ତ୍ତକୁ ସବୁ ପ୍ରଚାର ମାଧ୍ୟମରେ ସମସ୍ତ ଜନସାଧାରଣ ଙ୍କ ନିକଟରେ ପହଂଚାଇବା l ଏହି କାର୍ଯ୍ୟକ୍ରମ କୁ ରୋଟାରୀ ପ୍ରାନ୍ତପାଳ ଶ୍ରୀ ଯଜ୍ଞାସିସ ମହାପାତ୍ର ସକାଳ ୬.୩0 ମିନିଟ ସମୟରେ ପତାକା ଲହରାଇ ଉଦଘାଟନ କରିଥିଲେ l ଏହି ରାଲି ଲୟଲା ସ୍କୁଲ ଠାରୁ ଆରମ୍ଭ ହୋଇ ଶିଖର ଚଣ୍ଡୀ ପାହାଡ଼ ପର୍ଯ୍ୟନ୍ତ ଏବଂ ପୁଣି ଲୟଲା ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଅତିକ୍ରମ କରିଥିଲା l ରାଲି ରେ ରୋଟାରୀ ଜିଲ୍ଲା ତରଫରୁ ସମସ୍ତଙ୍କୁ ଟି ସାର୍ଟ ଫ୍ଲାସ୍କ ବଟଲ ଏବଂ ଜଳଖିଆର ବ୍ୟବସ୍ଥା କରାଯାଇଥିଲା l ପ୍ରାନ୍ତପାଳ ଙ୍କ ବ୍ୟତୀତ ମୁଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସରୋଜ କୁମାର ମହାପାତ୍ର,(ଆଇ. ଆର. ଏସ )ମିନତୀ ମହାପାତ୍ର,( ଅର୍ଜୁନ ପୁରସ୍କାର ବିଜେତା )ପୁନମ ମିଶ୍ର (ଅଭିନେତ୍ରୀ ), ଡ଼ଃ ସଞ୍ଜୟ ମିଶ୍ର, ଏବଂ ସୌରିନ ଭୁନୀୟା ଜୋଗ ଦେଇଥିଲେ l ରୋଟାରୀ କ୍ଲବ ତରଫରୁ ତୋଷାଳୀ ର ସଭାପତି କଵି ରାଉତରାୟ, ସୋନାଲି ରଥ ପୁର୍ନେନ୍ଦୁ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା