ଭୁବନେଶ୍ବର: ରୋଟାରୀ ଜିଲ୍ଲା ୩୨୬୨ର ରୋଟାରୀ କ୍ଲବ ନିଉ ହରାଇଜନ୍ ତରଫରୁ ଚଣ୍ଡିଖୋଲରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ “ସୋଲଜରସ୍ ଅଫ ସରଭିସ୍” ନାମକ ଏକ ନୂତନ ଇଣ୍ଟରଆକ୍ଟ କ୍ଲବ ଅନୁଷ୍ଠିତ ହୋଇଥିଲା।
ନିଉ ହରାଇଜନ କ୍ଲବର ସଭାପତି ଡଃ ସୁମିତ୍ରା ମିଶ୍ରଂକ ଅଧ୍ଯକ୍ଷତାରେ ଏହି ଅନୁଷ୍ଠାନ ଉତ୍ସବ ପାଳିତ ହୋଇଥିଲା। ଉତ୍ସବରେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରିନ୍ସିପାଲ ସେକ୍ରେଟାରୀ ପ୍ରଫେସର ଗଂଗାଧର ମିଶ୍ର ମୁଖ୍ଯ ଅତିଥି ରୂପେ ନିମନ୍ତ୍ରିତ ହୋଇ ନୂତନ ଇଣ୍ଟରଆକ୍ଟମାନଂକୁ ଶପଥ ଗ୍ରହଣ କରାଇଥିଲେ। ସ୍କୁଲର ପ୍ରିନ୍ସିପାଲ ସୁଜାତା ମହାପାତ୍ର ଓ ଭାଇସ୍ ପ୍ରିନ୍ସିପାଲ ରୋଟାରୀଆନ୍ ଡଃ ରାଜଶ୍ରୀ ମହାପାତ୍ର ସମେତ ଅନ୍ଯ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଆଗ୍ରହର ସହ ଭାଗ ନେଇଥିଲେ। ରୋଟାରୀ କ୍ଲବ ନିଉ ହରାଇଜନ୍ ର ଅନ୍ଯ ସଦସ୍ଯାମାନେ ଯଥା ତରୁଲତା ଦ୍ୱିବେଦୀ, ଗୀତା ତ୍ରିପାଠି, ମଂଜୁଳା ମହାନ୍ତି ଓ ରୋଟାରିଆନ୍ ବିଘ୍ନେଶ୍ୱର ବେହେରା ଆଦି ଉପସ୍ଥିତ ରହି ଇଣ୍ଟରଆକ୍ଟମାନକୁଂ ଉଦ୍ବୋଧନ ଦେବା ସହ ଏହି କାର୍ଯ୍ଯକ୍ରମରେ ଭାଗ ନେଇଥିଲେ। ରୋଟାରୀ କ୍ଲବ ନିଉ ହରାଇଜନ୍ ତରଫରୁ ଇଣ୍ଟରଆକ୍ଟ କୋଅର୍ଡିନେଟର ଡଃ ରାଜଶ୍ରୀ ମହାପାତ୍ର ଓ ଅଧ୍ଯକ୍ଷା ସୁଜାତା ମହାପାତ୍ରଂକୁ ତାକଂର ସହଯୋଗ ପାଇଁ ଜ୍ଯାକେଟ୍, ଉତ୍ତରୀୟ, ଓ ଉପହାର ପ୍ରଦାନ କରାଯାଇଥିଲା। ମୁଖ୍ଯ ଅତିଥି ପ୍ରଫେସର ମିଶ୍ର ଏକ ଉଚ୍ଚାଂଗ ଭାଷଣରେ ଛାତ୍ରଛାତ୍ରୀକୁଂ ରୋଟାରୀ ସଂସ୍ଥାର ମହାନ ସେବା ଭାବ ଓ ମାନବିକତା ବିଷୟରେ ଉଦ୍ବୋଧନ ଦେଇଥିଲେ। ଏହି ଅନୁଷ୍ଠାନ ଉତ୍ସବ ପରେ ସ୍କୁଲ ପରିସରରେ ରୋଟାରୀଆନମାନେ ବୃକ୍ଷ ରୋପଣ କାର୍ଯ୍ଯ କରିଥିଲେ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା