ଭୁବନେଶ୍ୱର : ରୋଟାରୀ ଜିଲ୍ଲା ଥ୍ରୀ ଟୁ ସିକ୍ସି ଟୁ ଚଳିତବର୍ଷ ୨0୨୪ -୨୫ ପାଇଁ ତାର ଫାଉଣ୍ଡେସନ ସେମିନାର ଗତ ଡିସେମ୍ବର ୧ ତାରିଖ ଦିନ ହୋଟେଲ ପୁଷ୍ପକ କାନଭେନ୍ସନ, ଧଉଳି ଛକ ଠାରେ ପାଳନ କରିଛି l ଏହି ସେମିନାର ରେ ପ୍ରାନ୍ତପାଳ ଯଜ୍ଞାସିସ ମହାପାତ୍ର ଓ ଅନ୍ୟାନ ନିମନ୍ତ୍ରିତ ଅତିଥିମାନଙ୍କ ସହିତ ରୋଟାରୀ କ୍ଲବ ଭୁବନେଶ୍ୱର ର କର୍ମକର୍ତ୍ତା ଓ ସଭ୍ୟମାନଙ୍କ ପ୍ରଚେଷ୍ଟା ରେ ସୁନ୍ଦର ଓ ସୁଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l ଏହି ଅବସରରେ ପ୍ରାନ୍ତପାଳ ନିଜ ବକ୍ତବ୍ୟରେ କହିଥିଲେକି ସମସ୍ତ ରୋଟାରିଆନ ସହୃଦୟତାର ସହ ସ୍ୱଇଚ୍ଛାରେ ଦାନକରିବାର ଆବଶ୍ୟକତା ଅଛି, ଯାହାଦ୍ୱାରା କି ସାରା ବିଶ୍ୱରେ କେହି ନାଁ କେହି ଉପକୃତ ହୋଇପାରିବେ l ଜାହା ରୋଟାରୀ ର ମୂଳଲକ୍ଷ କୁ ଜନାଦୃତ ହେବାରେ ସହାୟକ ହେବ l ପୂର୍ବତନ ପ୍ରାନ୍ତପାଳ ରବି ବଦଲାମିନ ଏବଂ ମୁଖ୍ୟ ଅତିଥି ଭାବେ ରାଜା ଧୀରେନ୍ଦ୍ର କୁମାର ଉକ୍ତ ଉତ୍ସବ ରେ ଯୋଗ ଦେଇଥିଲେ l ରାଜା ଧୀରେନ୍ଦ୍ର କୁମାର ମୁକ୍ତ ହସ୍ତରେ ଦାନ ଦେବାରେ ଯେଉଁ ଆନନ୍ଦ ଅନୁଭବ ହୁଏ ଜେ ଦାନ ନ କରିଛି ଜାଣିପାରିବନାହିଁ ବୋଲି ବକ୍ତବ୍ୟ ରଖିଥିଲେ l ଭୁବନେଶ୍ୱର ରୋଟାରୀ କ୍ଲବ ର ସଭାପତି ଜ୍ଞାନରଞ୍ଜନ ରଥ ସ୍ୱାଗତ ଭାଷଣ ରଖିଥିଲେ l ପୂର୍ବତନ ସଭାପତି ଏସ. ଏସ. ହରିଚନ୍ଦନ ଏହି ସେମନାର ର ଉଦ୍ୟଶ ବିଷୟରେ ବକ୍ତବ୍ୟ ରଖିଥିଲେ l ପୂର୍ବତନ ପ୍ରାନ୍ତପାଳ ଅଜୟ ଅଗ୍ରୱାଲମହୋଦୟ ଗତବର୍ଷର ବିବରଣୀ ଫାଉଣ୍ଡେସନ ପ୍ରଦାନକରିଥିବା ତଥ୍ୟ ଉପସ୍ଥାପନ କରିଥିଲେ l ଚଳିତ ବର୍ଷ ର ଦାନ ପୂର୍ବ ବର୍ଷ ଅପେକ୍ଷା ଅଧିକ ପ୍ରଦାନ କରି ନୂଆ ରେକର୍ଡ କରିବା ପାଇଁ ଅନୁରୋଧ କରିଥିଲେ l ଏହି ଅବସରରେ ଏକ ସ୍ୱତନ୍ତ୍ର ପୁସ୍ତିକା “କୋଣାର୍କ ” ଏବଂ ଜିଲ୍ଲା ଇ – ଡିରେକ୍ଟୋରି ଉନ୍ମୋଚନ କରାଯାଇଥିଲା l ସମସ୍ତ ଅତିଥିବୃନ୍ଦ ଗତବର୍ଷ ଏବଂ ଚଳିତ ବର୍ଷର ଫାଉଣ୍ଡେସନ କୁ ଦାନକରିଥିବା ସମସ୍ତ କ୍ଲବ ଓ ସଭ୍ୟମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ସେମିନାର ପ୍ରାରମ୍ଭରେ ପଲ ହାରିସ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ପ୍ରଦାନ କରାଯାଇଥିଲା l ରୋଟାରୀ ଥ୍ରୀ ଟୁ ସିକ୍ସ ଟୁ ର ପ୍ରଥମ ମହିଳା ଇତୁନ ମହାପାତ୍ର ଏବଂ ନିହାରିକା ମିଶ୍ର ଭାବାତ୍ମକ ସଂଗୀତ ଗାନ କରିଥିଲେ l ଏହି ଉତ୍ସବକୁ ପୁରାତନ ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ l ପରିଶେଷରେ ଭୁବନେଶ୍ୱର କ୍ଲବ ର ସମ୍ପାଦକ ସରୋଜ କୁମାର ମହାପାତ୍ରସମସ୍ତ ଅତିଥି, ପ୍ରାନ୍ତପାଳ,ମୁଖ୍ୟଅତିଥି, ମୁଖ୍ୟବ୍ୟକ୍ତି ଏବଂ ଉପସ୍ଥିତ ସମସ୍ତ କ୍ଲବର ସଭାପତି, ପୂର୍ବତନ ସଭାପତି, ସମ୍ପାଦକ ଓ ପୂର୍ବତନ ସମ୍ପାଦକ ତଥା ଗଣମାଧ୍ୟମର ପ୍ରତିନିଧି ଙ୍କ ଉପସ୍ଥିତ ଓ ସହଯୋଗପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା