ଭୁବନେଶ୍ୱର: ରୋଟାରୀ ଅନ୍ତର୍ଜାତୀୟ ଜିଲ୍ଲା ୩୨୬୨ ତରଫରୁ ୨୮ ଜୁନ ୨0୨୫ ବର୍ଷ ପାଇଁ କମ୍ପାନୀ ଏବଂ ନାଗରିକ ସମ୍ମାନ ପ୍ରଦାନ କରାଯାଇଅଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଡ଼ଃ ବିଭୁ ପ୍ରସାଦ ତରାଇ, ମାନ୍ୟବର ଲୋକସଭା ସାଂସଦ, ଜଗତସିଂହପୁର, ଶ୍ରୀ ଆକାଶ ଦାସ ନାୟକ, ମାନ୍ୟବର ବିଧାୟକ କୋରେଇ ଯୋଗଦେଇଥିଲେ l
ଦ୍ଵିତୀୟ ଅଧିବେଶନ ରେ ମାନ୍ୟବର ବିଧାୟକ ନୟାଗଡ ଶ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ l ଏହି ଉତ୍ସବରେ ବିଭିନ୍ନ ପ୍ରକାର ବିଷୟ ଉପରେ ସଦସ୍ୟ ମାନେ ଯୋଗଦେଇ ଆଲୋଚନା କରିଥିଲେ l ଏମ. ଏସ. ଏମ. ଇ ଏବଂ ଷ୍ଟାଟ ଅପ, ସଡ଼କ ସୁରକ୍ଷା, ଶିକ୍ଷା ଓ ଆଇନି ସେବା ପ୍ରଭୃତି ଉପରେ ଆଲୋଚନା କରାଯାଇ ଯୋଗଦେଇଥିବା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l
ଶେଷଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚୟନ କରାଯାଇଥିବା ୫0 ଜଣ ବ୍ୟକ୍ତି ବିଶେଷାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ ଜିଲ୍ଲା ପ୍ରାନ୍ତପାଳ ଯଜ୍ଞାସିସ ମହାପାତ୍ର, ମହେଶ କୁମାର ବେହେରା, ରମେଶ ଚନ୍ଦ୍ର ସାହୁ, ଅଖେନ୍ଦୁ ପଟ୍ଟନାୟକ, ରସାନନ୍ଦ ରାଉତ, କଵି ରାଉତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ l

More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ